ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଐତିହାସିକ 100ତମ ଉତକ୍ଷେପଣ ପାଇଁ ଇସ୍ରୋକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 29 JAN 2025 6:57PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) କୁ ଐତିହାସିକ 100ତମ ଉତକ୍ଷେପଣ ପାଇଁ ଅଭିନନ୍ଦନ ଜଣାଇବା ସହ ଏହାକୁ ଏକ ଅବିଶ୍ୱସନୀୟ ମାଇଲଖୁଣ୍ଟ ବୋଲି କହିଛନ୍ତି । ଏହା ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କ ଦୂରଦୃଷ୍ଟି, ସମର୍ପଣ ଏବଂ ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ସେ କହିଛନ୍ତି।

ଭାରତର ମହାକାଶ ଯାତ୍ରାରେ ଘରୋଇ କ୍ଷେତ୍ରର କ୍ରମବର୍ଦ୍ଧିଷ୍ଣୁ ଭୂମିକା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଦେଶ ମହାକାଶ ଅନ୍ୱେଷଣରେ ନୂତନ ଶିଖର ହାସଲ କରିବା ଜାରି ରଖିବ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

‘‘ଐତିହାସିକ ୧୦୦ତମ ଉତକ୍ଷେପଣ ପାଇଁ ଇସ୍ରୋକୁ ଅଭିନନ୍ଦନ!’’

ଏହି ଅବିଶ୍ୱସନୀୟ ମାଇଲଖୁଣ୍ଟ ଆମ ବୈଜ୍ଞନିକ ଏବଂ ଇଞ୍ଜିନିୟରମାନଙ୍କର ଦୂରଦୃଷ୍ଟି, ସମର୍ପଣ ଓ ପ୍ରତିବଦ୍ଧତାକୁ ଦର୍ଶାଉଛି।

ଘରୋଇ କ୍ଷେତ୍ର ସାମିଲ ହେବା ସହିତ ଭାରତର ମହାକାଶ ଯାତ୍ରା ନୂତନ ଉଚ୍ଚତା ଛୁଇଁବା ଜାରି ରଖିବ।’’

******

P.S/Swadhin


(ରିଲିଜ ଆଡି: 2097492) ପରିଦର୍ଶକ କାଉଣ୍ଟର : 57