@font-face { font-family: 'Poppins'; src: url('/fonts/Poppins-Regular.ttf') format('truetype'); font-weight: 400; font-style: normal; } body { font-family: 'Poppins', sans-serif; } .hero { background: linear-gradient(to right, #003973, #e5e5be); color: white; padding: 60px 30px; text-align: center; } .hero h1 { font-size: 2.5rem; font-weight: 700; } .hero h4 { font-weight: 300; } .article-box { background: white; border-radius: 10px; box-shadow: 0 8px 20px rgba(0,0,0,0.1); padding: 40px 30px; margin-top: -40px; position: relative; z-index: 1; } .meta-info { font-size: 1em; color: #6c757d; text-align: center; } .alert-warning { font-weight: bold; font-size: 1.05rem; } .section-footer { margin-top: 40px; padding: 20px 0; font-size: 0.95rem; color: #555; border-top: 1px solid #ddd; } .global-footer { background: #343a40; color: white; padding: 40px 20px 20px; margin-top: 60px; } .social-icons i { font-size: 1.4rem; margin: 0 10px; color: #ccc; } .social-icons a:hover i { color: #fff; } .languages { font-size: 0.9rem; color: #aaa; } footer { background-image: linear-gradient(to right, #7922a7, #3b2d6d, #7922a7, #b12968, #a42776); } body { background: #f5f8fa; } .innner-page-main-about-us-content-right-part { background:#ffffff; border:none; width: 100% !important; float: left; border-radius:10px; box-shadow: 0 8px 20px rgba(0,0,0,0.1); padding: 0px 30px 40px 30px; margin-top: 3px; } .event-heading-background { background: linear-gradient(to right, #7922a7, #3b2d6d, #7922a7, #b12968, #a42776); color: white; padding: 20px 0; margin: 0px -30px 20px; padding: 10px 20px; } .viewsreleaseEvent { background-color: #fff3cd; padding: 20px 10px; box-shadow: 0 .5rem 1rem rgba(0, 0, 0, .15) !important; } } @media print { .hero { padding-top: 20px !important; padding-bottom: 20px !important; } .article-box { padding-top: 20px !important; } }
WAVES BANNER 2025
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

୭୬ରେ ୭୬: ୱେଭ୍ସ କମିକ୍ସ କ୍ରିଏଟର ଚାମ୍ପିଅନଶିପରେ ଭାରତୀୟ ସୃଜନଶୀଳ ବିବିଧତାର ପର୍ବ


୭୬ତମ ସାଧାରଣତନ୍ତ୍ର ଦିବସ ଅବସରରେ ୭୬ ଜଣ ସେମିଫାଇନାଲିଷ୍ଟଙ୍କ ନାମ ଘୋଷଣା; , ଫାଇନାଲରେ ଭାଗ ନେବାକୁ ଯାଉଛନ୍ତି ୪୦ ଜଣ ସୌଖିନ, ୩୦ ଜଣ ପ୍ରଫେସନାଲ ଏବଂ ୬ ଜଣ ସ୍ୱତନ୍ତ୍ର ଉଲ୍ଲେଖ କ୍ରିଏଟର

ଅନ୍ତର୍ଜାତୀୟ ଦର୍ଶକଙ୍କ ସହ ଯୋଡ଼ି ହେବା ଏବଂ ନୂତନ ଭାଗିଦାରୀ ସ୍ଥାପନ ପାଇଁ ଭାରତୀୟ କମିକ୍ ନିର୍ମାତାମାନଙ୍କୁ ପ୍ଲାଟଫର୍ମ ପ୍ରଦାନ କରୁଛି କମିକ ଚ୍ୟାଲେଞ୍ଜ

 Posted On: 29 JAN 2025 6:24PM |   Location: PIB Bhubaneshwar

 

 

୭୬ତମ ସାଧାରଣତନ୍ତ୍ର ଦିବସର ଉତ୍ସବକୁ ଜାରି ରଖି ଇଣ୍ଡିଆନ୍ କମିକ୍ସ ଆସୋସିଏସନ୍ (ଆଇସିଏ) ଭାଗିଦାରୀରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ େଭ୍ସ କମିକ୍ସ କ୍ରିଏଟର ଚାମ୍ପିୟନଶିପ୍ ୭୬ ଜଣ ସେମିଫାଇନାଲ ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯାଇଛି

 

ଭାରତୀୟ କମିକ୍ସ ବିବିଧତାର ପର୍ବ

ଏହି ଐତିହାସିକ ପଦକ୍ଷେପ ଭାରତୀୟ କମିକ୍ସର ବିବିଧତାକୁ ଉତ୍ସବ ମୁଖରିତ କରେ ଏବଂ ସାରା ଦେଶର ନିର୍ମାତାଙ୍କ ପ୍ରତିଭାକୁ ପ୍ରଦର୍ଶିତ କରାଏ। ବିଶାଳ ନାମାଙ୍କନରୁ ଚୟନ ହୋଇଥିବା ସେମିଫାଇନାଲିଷ୍ଟଙ୍କ ଭୌଗୋଳିକ ବିସ୍ତାର ବିଶେଷ ଭାବରେ ଉଲ୍ଲେଖନୀୟ, ଯେଉଁଥିରେ ୨୦ ରାଜ୍ୟ ଏବଂ ଏନସିଆରର ୫୦ଟି ସହରର ନିର୍ମାତା ସାମିଲ ରହିଛନ୍ତି

ଏହି ଚୟନରେ ମୁମ୍ବାଇ, ଦିଲ୍ଲୀ ଏବଂ ବେଙ୍ଗାଲୁରୁ ଭଳି ପ୍ରମୁଖ ମହାନଗର ସମେତ ଆନନ୍ଦ, ବେତୁଲ, କାଲକା, ସମସ୍ତିପୁର ଭଳି ଛୋଟ ସହର ଏବଂ ଉତ୍ତର ପୂର୍ବର ଗୌହାଟୀ ଏବଂ ଇମ୍ଫାଲ ଭଳି ସହରର ନିର୍ମାତା ସାମିଲ ହୋଇଛନ୍ତି। ଏହା ଦେଶର କୋଣ ଅନୁକୋଣରୁ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିଥିବା ଚାମ୍ପିୟନଶିପର ପ୍ରତିବଦ୍ଧତାକୁ ଦର୍ଶାଉଛି

ଏହା ଭାରତର ଜୀବନ୍ତ କମିକ ପୁସ୍ତକ ସଂସ୍କୃତିର ପ୍ରମାଣ, କାରଣ ଏହି ପ୍ରତିଭାବାନ ସୃଷ୍ଟିକର୍ତ୍ତାମାନଙ୍କ ଔଜଲ୍ୟ ବୃଦ୍ଧି ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବାକୁ ୱେଭ୍ସ ପ୍ରତିଶ୍ରୁତିବଦ୍ଧ ୧୦ରୁ ୪୯ ବର୍ଷ ବୟସର ଏହି ସେମିଫାଇନାଲିଷ୍ଟଙ୍କ ମଧ୍ୟରେ ୪୦ ଜଣ ସୌଖୀନ କ୍ରିଏଟର ରହିଥିବା ବେଳେ ଓ ୩୦ ଜଣ ପେସାଦାର ରହିଛନ୍ତି

ସେମିଫାଇନାଲରେ ଯୁବ କଳାକାରଙ୍କ ପାଇଁ ୬ଟି ସ୍ବତନ୍ତ୍ର ଉଲ୍ଲେଖ ରହିଛି, ଯେଉଁଥିରେ ସବୁ ସ୍ତରରେ ପ୍ରତିଭାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟ ରଖିଥିବା ଚାମ୍ପିୟନଶିପ ର ପ୍ରତିବଦ୍ଧତାକୁ ଦର୍ଶାଯାଇଛି

ଇଣ୍ଡିଆନ୍ କମିକ୍ସ ଆସୋସିଏସନର ସଭାପତି ଅଜିତେଶ ଶର୍ମା କହିଛନ୍ତି, ବିଶ୍ୱସ୍ତରରେ ଭାରତୀୟ କମିକ୍ସକୁ ପ୍ରୋତ୍ସାହିତ କରିବା ପାଇଁ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ସହ ଭାଗିଦାରୀ କରି ଇଣ୍ଡିଆନ୍ କମିକ୍ସ ଆସୋସିଏସନ୍ ଆନନ୍ଦିତ। ସୃଜନଶୀଳ ଉଦ୍ୟୋଗକୁ ହଯୋଗ କରିବା ଏବଂ ଉଦୀୟମାନ ପ୍ରତିଭାମାନଙ୍କୁ ସୁଯୋଗ ପ୍ରଦାନ କରିବା ଦିଗରେ ଆମ ସରକାରଙ୍କ ପ୍ରତିବଦ୍ଧତାର ଏହି ପଦକ୍ଷେପ ଏକ ଜ୍ୱଳନ୍ତ ଉଦାହରଣ

େଭ୍ସ କମିକ୍ସ କ୍ରିଏଟର ଚାମ୍ପିୟନଶିପ୍

େଭ୍ସ କମିକ୍ସ କ୍ରିଏଟର ଚାମ୍ପିୟନଶିପ୍ ହେଉଛି ଭାରତର ସୃଜନଶୀଳ ଉଦ୍ୟୋଗକୁ ବିଶ୍ୱ ମଞ୍ଚରେ ଅଧିକ ବିକଶିତ କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର 'କ୍ରିଏଟ ଇନ୍ ଇଣ୍ଡିଆ' ଅଭିଯାନକୁ ପ୍ରୋତ୍ସାହିତ କରୁଥିବା ଏକ ପ୍ରମୁଖ କାର୍ଯ୍ୟକ୍ରମ । ଅନ୍ତର୍ଜାତୀୟ ଦର୍ଶକଙ୍କ ସହ ଯୋଡ଼ି ହେବା ଏବଂ ନୂତନ ଭାଗିଦାରୀ ସ୍ଥାପନ କରିବା ପାଇଁ ଏହି ଚାମ୍ପିଅନସିପ୍ ଭାରତୀୟ ନିର୍ମାତାମାନଙ୍କୁ ଏହା ଅନନ୍ୟ ପ୍ଲାଟଫର୍ମ ପ୍ରଦାନ କରୁଛି।

ସେମିଫାଇନାଲ୍କୁ ମେନାନୀତ ହୋଇଥିବା ୭୬ ଜଣ କ୍ରିଏଟରଙ୍କୁ ଏମଆଇବି ଏବଂ ଆଇସିଏ ଅଭିନନ୍ଦନ ଜଣାଇବା ସହ ଚାମ୍ପିୟନଶିପରେ ଆଗକୁ ବଢ଼ିବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି

*****

HP


Release ID: (Release ID: 2097491)   |   Visitor Counter: 61