ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆନ୍ଧ୍ର ପ୍ରଦେଶର ଲୋକଙ୍କ ହୃଦୟ ଓ ମନରେ ବିଶାଖାପାଟଣା ଷ୍ଟିଲ ପ୍ଲାଣ୍ଟର ସ୍ଥାନ ସ୍ୱତନ୍ତ୍ର: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 17 JAN 2025 5:54PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି, ଆନ୍ଧ୍ର ପ୍ରଦେଶର ଲୋକଙ୍କ ହୃଦୟ ଓ ମନରେ ବିଶାଖାପାଟଣା ଷ୍ଟିଲ ପ୍ଲାଣ୍ଟର ସ୍ଥାନ ସ୍ୱତନ୍ତ୍ର । ଶ୍ରୀ ମୋଦୀ କହିଛନ୍ତି, “ଗତକାଲିର କ୍ୟାବିନେଟ ବୈଠକରେ ପ୍ଲାଣ୍ଟ ପାଇଁ ୧୦ ହଜାର କୋଟି ଟଙ୍କାର ଅଂଶଧନ ସହାୟତା ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି ।”

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ବିଶାଖାପାଟଣା ଷ୍ଟିଲ ପ୍ଲାଣ୍ଟର ସ୍ଥାନ ସ୍ୱତନ୍ତ୍ର ଭାବେ ଆନ୍ଧ୍ର ପ୍ରଦେଶର ଲୋକଙ୍କ ହୃଦୟ ଓ ମନରେ ରହିଛି । ଗତକାଲିର କ୍ୟାବିନେଟ ବୈଠକରେ ପ୍ଲାଣ୍ଟ ପାଇଁ ୧୦ ହଜାର କୋଟି ଟଙ୍କାର ଅଂଶଧନ ସହାୟତା ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି । ଆତ୍ମନିର୍ଭର ଭାରତ ନିର୍ମାଣରେ ଇସ୍ପାତ କ୍ଷେତ୍ରର ମହତ୍ୱକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି ।”

SR


(ରିଲିଜ ଆଡି: 2093935) ପରିଦର୍ଶକ କାଉଣ୍ଟର : 60