ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗୋଆ ମୁକ୍ତି ଦିବସରେ ଗୋଆ ମୁକ୍ତି ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ମହିଳା ଏବଂ ପୁରୁଷମାନଙ୍କ ସାହସିକତା ଏବଂ ନିଷ୍ଠାକୁ ସ୍ମରଣ କରୁଛୁ : ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
19 DEC 2024 6:17PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୋଆ ମୁକ୍ତି ଦିବସ ଅବସରରେ ଲୋକମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଗୋଆର ସ୍ୱତନ୍ତ୍ରତା ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ମହିଳା ଏବଂ ପୁରୁଷମାନଙ୍କର ସାହସିକତା ଏବଂ ନିଷ୍ଠାକୁ ମନେ ପକାଇଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି :
“ଆଜି ଗୋଆ ମୁକ୍ତି ଦିବସ ଅବସରରେ ଆମେ ଗୋଆକୁ ମୁକ୍ତ କରିବା ଆନ୍ଦୋଳନରେ ସକ୍ରିୟ ଭାବରେ ସାମିଲ ଥିବା ମହାନ ମହିଳା ଏବଂ ପୁରୁଷମାନଙ୍କ ସାହସିକତା ଓ ଦୃଢ଼ ସଂକଳ୍ପକୁ ମନେ ପକାଉଛୁ । ସେମାନଙ୍କର ବୀରତ୍ୱ ଆମକୁ ଗୋଆର ଉନ୍ନତି ତଥା ରାଜ୍ୟବାସୀଙ୍କ ସମୃଦ୍ଧତା ପାଇଁ କାର୍ଯ୍ୟ ଜାରି ରଖିବାକୁ ପ୍ରେରଣା ଦେଇଥାଏ ।”
SR
(ରିଲିଜ ଆଡି: 2086307)
ପରିଦର୍ଶକ କାଉଣ୍ଟର : 63
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam