ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ହର୍ଣ୍ଣବିଲ ମହୋତ୍ସବ ୨୫ ବର୍ଷ ପୂର୍ତ୍ତି ଅବସରରେ ନାଗାଲାଣ୍ଡର ଅଧିବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ



ଏହି ମହୋତ୍ସବକୁ ଦେଖିବା ସହ ନାଗା ସଂସ୍କୃତିର ଜୀବନ୍ତତାକୁ ଅନୁଭବ କରିବାକୁ ଲୋକଙ୍କୁ ଅନୁରୋଧ କଲେ

प्रविष्टि तिथि: 05 DEC 2024 11:10AM by PIB Bhubaneshwar

 

ହର୍ଣ୍ଣବିଲ ମହୋତ୍ସବର ୨୫ ବର୍ଷ ପୂର୍ତ୍ତି ଅବସରରେ ଆଜି ନାଗାଲାଣ୍ଡର ଅଧିବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ସେ ଉତ୍ସବ ପାଇଁ ଶୁଭେଚ୍ଛା ଜଣାଇବା ସହ ଉତ୍ସବରେ ବର୍ଜ୍ୟ ପରିଚାଳନା ଏବଂ ସ୍ଥିରତାକୁ ଗୁରୁତ୍ ଦିଆଯାଇଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ କିଛି ବର୍ଷ ତଳେ ସେ ଏହି ଉତ୍ସବ ଦେଖିବା ସମୟର ଅନୁଭୂତିକୁ ସ୍ମରଣ କରିବା ସହ ଅନ୍ୟମାନେ ଏହି ଉତ୍ସବ ଦେଖି ନାଗା ସଂସ୍କୃତିର ଜୀବନ୍ତତାକୁ ଅନୁଭବ କରିବାକୁ ଅନୁରୋଧ କରିଛନ୍ତି

ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ନେଫ୍ୟୁ ରିଓ ଏକ୍ସ ରେ କରିଥିବା ଏକ ପୋଷ୍ଟକୁ ସେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି:

ବର୍ତ୍ତମାନ ଚାଲିଥିବା ହର୍ଣ୍ଣବିଲ ମହୋତ୍ସବ ପାଇଁ ମୋର ଶୁଭେଚ୍ଛା ଏବଂ ଏହି ଜୀବନ୍ତ ଉତ୍ସବ ୨୫ ବର୍ଷ ପୂରଣ କରିଥିବାରୁ ନାଗାଲାଣ୍ଡର ଅଧିବାସୀଙ୍କୁ ଅଭିନନ୍ଦନ ଚଳିତ ବର୍ଷର ମହୋତ୍ସବରେ ବର୍ଜ୍ୟ ପରିଚାଳନା ଏବଂ ସ୍ଥିରତାକୁ ଗୁରୁତ୍ ଦିଆଯାଉଥିବାରୁ ମୁଁ ଅତ୍ୟନ୍ତ ଖୁସି

କିଛି ବର୍ଷ ତଳେ ମୁଁ ଏହି ମହୋତ୍ସବକୁ ଯିବା ବେଳର ଅନୁଭୂତି ମନେ ପଡ଼ୁଛି ଏବଂ ନାଗା ସଂସ୍କୃତିର ଜୀବନ୍ତତାକୁ ଅନୁଭବ କରିବାକୁ ସମସ୍ତେ ଏହି ଉତ୍ସବ ଯିବାକୁ ଅନୁରୋଧ କରୁଛି

SR


(रिलीज़ आईडी: 2081368) आगंतुक पटल : 75
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam