ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତ କୋ ଜାନିୟେ କ୍ୱିଜରେ ଅଂଶ ଗ୍ରହଣ କରିବାକୁ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ପୋଷ୍ଟ କରାଯିବା ଦିନାଙ୍କ: 23 NOV 2024 9:15AM by PIB Bhubaneswar

 

ଭାରତ କୋ ଜାନିୟେ (Know India) କ୍ୱିଜରେ ଅଂଶ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରବାସୀ ଭାରତୀୟ ଏବଂ ବିଭିନ୍ନ ଦେଶର ବନ୍ଧୁମାନଙ୍କୁ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଏହି କ୍ୱିଜ୍ ଭାରତ ଏବଂ ବିଶ୍ୱବ୍ୟାପୀ ଥିବା ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ସମ୍ପର୍କକୁ ଗଭୀର କରିବ । ଏହା ମଧ୍ୟ ଭାରତର ସମୃଦ୍ଧ ଐତିହ୍ୟ ଏବଂ ବିବିଧ ସଂସ୍କୃତିକୁ ପୁନଃଖୋଜିବାର ଏକ ଚମତ୍କାର ଉପାୟ ।

ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି:

“ପ୍ରବାସୀଙ୍କ ସହ ଆମର ସମ୍ପର୍କକୁ ଦୃଢ଼ କରୁଛୁ!

ବିଦେଶରେ ଥିବା ଭାରତୀୟ ସମୁଦାୟଙ୍କୁ ଏବଂ ଅନ୍ୟାନ୍ୟ ଦେଶରେ ଥିବା ବନ୍ଧୁମାନଙ୍କୁ ଏଥିରେ ଅଂଶ ଗ୍ରହଣ କରିବାକୁ ଅନୁରୋଧ କରୁଛି #BharatKoJaniye Quiz!

bkjquiz.com

ଏହି କ୍ୱିଜ୍ ଭାରତ ଏବଂ ବିଶ୍ୱବ୍ୟାପୀ ଥିବା ପ୍ରବାସୀଙ୍କ ମଧ୍ୟରେ ସମ୍ପର୍କକୁ ଗଭୀର କରୁଛି । ଏହା ମଧ୍ୟ ଭାରତର ସମୃଦ୍ଧ ଐତିହ୍ୟ ଏବଂ ବିବିଧ ସଂସ୍କୃତିକୁ ପୁନଃଖୋଜିବାର ଏକ ଚମତ୍କାର ଉପାୟ ।

ବିଜେତାମାନେ ଇନକ୍ରେଡିବଲଇଣ୍ଡିଆ#IncredibleIndia.ର ବିସ୍ମୟକର ଅଭିଜ୍ଞତା ଆହରଣ କରିବାକୁ ସୁଯୋଗ ପାଇବେ ।”

SR


(ରିଲିଜ ଆଡି: 2076498) ପରିଦର୍ଶକ କାଉଣ୍ଟର : 73