ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନିଜର ସଂସ୍କୃତି ଏବଂ ମୂଳ ସହ ଜଡିତ ରହିଥିବାରୁ ନାଇଜେରିଆ ମରାଠୀ ସମ୍ପ୍ରଦାୟର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 17 NOV 2024 6:05AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନାଇଜେରିଆର ମରାଠୀ ସମ୍ପ୍ରଦାୟକୁ ସେମାନଙ୍କର ସଂସ୍କୃତି ଏବଂ ମୂଳ ସହ ଜଡିତ ରହିଥିବାରୁ ପ୍ରଶଂସା କରିଥିଲେ । ମରାଠୀ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦିଆଯିବା ଉପରେ ନାଇଜେରିଆର ମରାଠୀ ସମ୍ପ୍ରଦାୟ ପକ୍ଷରୁ ଖୁସି ବ୍ୟକ୍ତ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଏହି ପ୍ରଶଂସା କରିଥିଲେ ।

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :

“ନାଇଜେରିଆରେ ମରାଠୀ ସମ୍ପ୍ରଦାୟ ମରାଠୀ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦିଆଯିବା ଉପରେ ଆନନ୍ଦ ପ୍ରକାଶ କରିଥିଲେ । ସେମାନେ କିପରି ସେମାନଙ୍କର ସଂସ୍କୃତି ଏବଂ ମୂଳ ସହିତ ଜଡିତ ରହିଛନ୍ତି, ତାହା ପ୍ରକୃତରେ ପ୍ରଶଂସନୀୟ।”

 

SR


(ରିଲିଜ ଆଡି: 2074057) ପରିଦର୍ଶକ କାଉଣ୍ଟର : 73