ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
                
                
                
                
                
                    
                    
                        ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ରୁଷର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଡେନିସ ମାନ୍ତୁରୋଭ 
                    
                    
                        
ବାଣିଜ୍ୟ, ଆର୍ଥିକ ସମ୍ପର୍କ ସମେତ ଶକ୍ତି, ଯୋଗାଯୋଗ କ୍ଷେତ୍ରରେ ପାରସ୍ପରିକ ସହଯୋଗ ସକାଶେ ଆଲୋଚନା
ନିକଟରେ ମସ୍କୋ ଓ କାଜାନ ଗସ୍ତ ଅବସରରେ ରାଷ୍ଟ୍ରପତି ପୁତିନଙ୍କ ସହ ସାକ୍ଷାତ ସମୟରେ ହୋଇଥିବା ନିଷ୍ପତ୍ତି ଲାଗୁ ପାଇଁ ପ୍ରଚେଷ୍ଟାକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ  
                    
                
                
                    Posted On:
                11 NOV 2024 8:55PM by PIB Bhubaneshwar
                
                
                
                
                
                
                ରୁଷ୍ ମହାସଂଘର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଡେନିସ ମାନ୍ତୁରୋଭ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । 
ବାଣିଜ୍ୟ, ଅର୍ଥନୈତିକ ବନ୍ଧୁତ୍ୱ ସମେତ ଶକ୍ତି, ଯୋଗାଯୋଗ ଆଦି କ୍ଷେତ୍ରରେ ପାରସ୍ପରିକ ସହଯୋଗ ପାଇଁ ସେମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।
ନିକଟରେ ତାଙ୍କ ଗସ୍ତ ଅବସରରେ ରାଷ୍ଟ୍ରପତି ପୁତିନଙ୍କ ସହ ଭେଟ ସମୟରେ ଭାରତ-ରୁଷିଆ ରଣନୀତିକ ଭାଗିଦାରିତାକୁ ଅଧିକ ସୁଦୃଢ଼ କରିବାକୁ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକୁ ଲାଗୁ କରିବାକୁ ଉଭୟ ଦେଶ ପକ୍ଷରୁ ହୋଇଥିବା ପ୍ରଚେଷ୍ଟାକୁ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଗତ କରିଥିଲେ ।
ରାଷ୍ଟ୍ରପତି ପୁତିନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତରେ ଆଲୋଚନା ପାଇଁ ଇଚ୍ଛୁକ ଥିବା କହିଥିଲେ । 
SR
                
                
                
                
                
                (Release ID: 2072592)
                Visitor Counter : 52
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam