ପୋଷ୍ଟ କରାଯିବା ଦିନାଙ୍କ:
31 OCT 2024 7:27PM by PIB Bhubaneswar
ଅଗ୍ରଣୀ ନବପ୍ରବର୍ତ୍ତକ ତଥା ଉଦ୍ୟୋଗପତି ଶ୍ରୀ ଟି.ପି.ଜି. ନାମ୍ବିୟାରଙ୍କ ପରଲୋକରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଶ୍ରୀ ଟି.ପି.ଜି ନାମ୍ବିୟାର ଭାରତକୁ ଆର୍ଥିକ ରୂପରେ ସୁଦୃଢ଼ କରିବା ଦିଗରେ କାମ କରୁଥିଲେ ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ଶ୍ରୀ ଟି.ପି.ଜି ନାମ୍ବିୟାର ଅଗ୍ରଣୀ ନବପ୍ରବର୍ତ୍ତକ ତଥା ଉଦ୍ୟୋଗପତି ଥିଲେ । ସେ ଭାରତକୁ ଆର୍ଥିକ ଭାବେ ସୁଦୃଢ଼ କରିବା ଦିଗରେ କାମ କରୁଥିଲେ । ତାଙ୍କ ପରଲୋକରେ ଦୁଃଖିତ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା ।”
SR