ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
ଜାତୀୟ ଏକତା ଦିବସର ଅଂଶ ଭାବେ ନୂଆଦିଲ୍ଲୀରେ ଆୟୋଜିତ ‘ଏକତା ଦୌଡ଼’କୁ ପତାକା ଦେଖାଇ ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ
-ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୧୫ରେ ସର୍ଦ୍ଦାର ପଟେଲଙ୍କ ସ୍ମରଣରେ ଦେଶର ଏକତା ଓ ଅଖଣ୍ଡତା ପାଇଁ ସମ୍ପୂର୍ଣ୍ଣ ଦେଶକୁ ସଂକଳ୍ପିତ କରିବା ଲକ୍ଷ୍ୟରେ ‘ଏକତା ଦୌଡ଼’ର ଶୁଭାରମ୍ଭ କରିଥିଲେ
-ଆଜି ‘ଏକତା ଦୌଡ଼’ ଦେଶର ଏକତା ଓ ସଂକଳ୍ପ ସହିତ ବିକଶିତ ଭାରତର ସଂକଳ୍ପ ମଧ୍ୟ ବନିଛି
-ସ୍ୱାଧୀନତା ପରେ ୫୫୦ରୁ ଅଧିକ ରାଜା ଶାସିତ ପ୍ରଦେଶକୁ ଏକାଠି କରି ବର୍ତ୍ତମାନର ଭାରତ ସୃଷ୍ଟି କରିବା କେବଳ ସର୍ଦ୍ଦାର ସାହେବଙ୍କ ଦୃଢ଼ ଇଚ୍ଛାଶକ୍ତି ଓ ତ୍ୱରିତ ନିର୍ଣ୍ଣୟ ଯୋଗୁ ସମ୍ଭବ ହୋଇଥିଲା
-ଆଜି ଭାରତ ସମଗ୍ର ବିଶ୍ୱରେ ଦୃଢ଼ତାର ସହିତ ପ୍ରତ୍ୟେକ କ୍ଷେତ୍ରରେ ସର୍ବପ୍ରଥମ ହେବାର ରାସ୍ତାରେ ଛିଡ଼ା ହୋଇଛି,ଏହାର ଭିତ୍ତି ପ୍ରସ୍ତାର ସ୍ଥାପନ କାମ ସର୍ଦ୍ଦାର ପଟେଲ ହିଁ କରିଥିଲେ
-ଗୁଜରାଟର କେୱଡିଆରେ ବିଶ୍ୱର ସର୍ବୋଚ୍ଚ ମୂର୍ତ୍ତି ନିର୍ମାଣ କରି ପ୍ରଧାନମନ୍ତ୍ରୀ ମୋଦୀ ସର୍ଦ୍ଦାର ପଟେଲଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବାର କାମ କରିଛନ୍ତି
-ପ୍ରଧାନମନ୍ତ୍ରୀ ମୋଦୀ ସର୍ଦ୍ଦାର ପଟେଲଙ୍କ ଦୃଷ୍ଟିକୋଣ, ଚିନ୍ତାଧାରା ଓ ବାର୍ତ୍ତାକୁ ପ୍ରତ୍ୟେକ କ୍ଷେତ୍ରରେ ବାସ୍ତବ ରୂପ ଦେବାର କାମ କରିଛନ୍ତି
-ଏକତା ଦୌଡ଼ ମାଧ୍ୟମରେ ଭାରତର ଏକତାକୁ ମଜବୁତ କରିବା ସହ ୨୦୪୭ ସୁଦ୍ଧା ଏକ ପୂର୍ଣ୍ଣ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାକୁ ସଂକଳ୍ପ ନେବାକୁ ଦେଶବାସୀଙ୍କ ଆହ୍ୱାନ ଦେଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ
प्रविष्टि तिथि:
29 OCT 2024 11:54AM by PIB Bhubaneshwar
କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଆୟୋଜିତ ‘ଏକତା ଦୌଡ଼’କୁ ସବୁଜ ବତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ବାଷିକୀ ଅକ୍ଟୋବର ୩୧ ତାରିଖରେ ପାଳନ କରାଯାଉଥିବା ଜାତୀୟ ଏକତା ଦିବସର ଅଂଶ ଭାବେ ‘ଏକତା ଦୌଡ଼’ ଆୟୋଜନ କରାଯାଇଛି । କ୍ୟାବିନେଟ ମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟର, ଡ. ମନସୁଖ୍ ମାଣ୍ଡଭିୟ, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ ଏବଂ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଶ୍ରୀ ବିନୟ କୁମାର ସକ୍ସେନାଙ୍କ ସମେତ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ଥିଲେ ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ତାଙ୍କ ଉଦବୋଧନରେ କହିଥିଲେ, ଦେଶବାସୀଙ୍କୁ ଦେଶର ଏକତା ଓ ଅଖଣ୍ଡତା ପାଇଁ ଉଦବୁଦ୍ଧ କରିବା ଲକ୍ଷ୍ୟରେ ମହାନ୍ ନେତା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତିରେ ୨୦୧୫ ମସିହାରେ ‘ଏକତା ଦୌଡ଼’ ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଷ୍ପତ୍ତି ନେଇଥିଲେ ।ସେହିଦିନରୁ ଆଜି ପର୍ଯ୍ୟନ୍ତ ସମଗ୍ର ଦେଶ ଏକତା ଦୌଡ଼ରୁ ଦେଶର ଏକତା ଓ ଅଖଣ୍ଡତା ପାଇଁ ସଂକଳ୍ପ ନେବା ସହ ନିଜକୁ ଭାରତ ମାତାର ସେବାରେ ସମର୍ପିତ ମଧ୍ୟ କରୁଛନ୍ତି । ଆଜି ‘ଏକତା ଦୌଡ଼’ ଦେଶର ଏକତା ପାଇଁ ସଂକଳ୍ପ ହେବା ସହ ବିକଶିତ ଭାରତର ସଂକଳ୍ପ ମଧ୍ୟ ହୋଇପାରିଛି । ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କ ସମ୍ମୁଖରେ ୨୦୪୭ ମସିହା ସୁଦ୍ଧା ସମ୍ପୂର୍ଣ୍ଣ ବିକଶିତ ଭାରତ ନିର୍ମାଣର ସଂକଳ୍ପ ରଖିଛନ୍ତି, ଯାହାକି ପ୍ରତ୍ୟେକ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଭାରତକୁ ସର୍ବପ୍ରଥମ ସାବ୍ୟସ୍ତ କରିବ ।
ଶ୍ରୀ ଅମିତ ଶାହ କହିଥିଲେ, ଆଜି ଭାରତ ଏକ ବିକଶିତ ଏବଂ ମଜବୁତ ରାଷ୍ଟ୍ର ଭାବେ ସମଗ୍ର ବିଶ୍ୱ ସମ୍ମୁଖରେ ଛିଡ଼ା ହୋଇଛି । ଯଦି ଆମେ ଇତିହାସକୁ ଫେରି ଅନାଇବା, ସ୍ୱାଧୀନତା ପରେ ବର୍ତ୍ତମାନର ଭାରତ ନିର୍ମାଣ ପାଇଁ ୫୫୦ରୁ ଅଧିକ ରାଜା ଶାସିତ ଅଞ୍ଚଳକୁ ଏକାଠି କରିବା କେବଳ ସର୍ଦ୍ଦାର ସାହେବଙ୍କ ଦୃଢ଼ ଇଚ୍ଛାଶକ୍ତି ଓ ତ୍ୱରିତ ନିର୍ଣ୍ଣୟ ଯୋଗୁ ସମ୍ଭବ ହୋଇ ପାରିଥିଲା । କେବଳ ସର୍ଦ୍ଦାର ପଟେଲଙ୍କ ଦୃଢ଼ ଇଚ୍ଛାଶକ୍ତି କାରଣରୁ ଆଜି ଭାରତ ଏକଜୁଟ ହୋଇ ବିଶ୍ୱ ସମ୍ମୁଖରେ ମଜୁବତ୍ ସହକାରେ ଛିଡ଼ା ହୋଇପାରିଛି । ଆଜି ଭାରତ ସମଗ୍ର ବିଶ୍ୱ ସମ୍ମୁଖରେ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଣୀ ହୋଇ ଛିଡ଼ା ହେବା ରାସ୍ତାରେ ଅଛି ଏବଂ ଏହାର ମୂଳଭିତ୍ତି ସର୍ଦ୍ଦାର ପଟେଲ ହିଁ ପକାଇଥିଲେ ।
କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସହକାରୀତା ମନ୍ତ୍ରୀ କହିଥିଲେ, ଦୁର୍ଭାଗ୍ୟର କଥା ଯେ, ବର୍ଷ ବର୍ଷ ପର୍ଯ୍ୟନ୍ତ ସର୍ଦ୍ଦାର ପଟେଲଙ୍କୁ ସ୍ମୃତିକୁ ହଜାଇ ଦେବା କାମ କରାଯାଇଥିଲା ଏବଂ ତାଙ୍କୁ ଭାରତ ରତ୍ନ ଭଳି ଉଚିତ ସମ୍ମାନରୁ ମଧ୍ୟ ବଞ୍ଚିତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟର କେୱଡ଼ିଆରେ ବିଶ୍ୱର ସର୍ବୋଚ୍ଚ ପ୍ରତିମା ସ୍ଥାପନ କରି ସର୍ଦ୍ଦାର ପଟେଲଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବାର କାମ କରିଛନ୍ତି । ପ୍ରତ୍ୟେକ କ୍ଷେତ୍ରରେ ସର୍ଦ୍ଦାର ପଟେଲଙ୍କ ଦୃଷ୍ଟିକୋଣ, ଚିନ୍ତାଧାରା ଓ ବାର୍ତ୍ତାକୁ ବାସ୍ତବ ରୂପ ଦେବାର କାମ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।
ଶ୍ରୀ ଅମିତ ଶାହ କହିଥିଲେ, ସର୍ଦ୍ଦାର ପଟେଲଙ୍କ ମହାନ ଚିନ୍ତାଧାରା ନିଶ୍ଚିତ ଭାବେ ଦେଶର ଯୁବପିଢ଼ିଙ୍କ ପାଇଁ ଆଲୋକବର୍ତ୍ତିକା ସାଜିବ । ‘ଏକତା ଦୌଡ଼’ ମାଧ୍ୟମରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଭାରତର ଏକତାକୁ ମଜବୁତ କରିବା ସହ ୨୦୪୭ ମସିହା ସୁଦ୍ଧା ସମ୍ପୂର୍ଣ୍ଣ ବିକଶିତ ଭାରତ ଗଠନର ସ୍ୱପ୍ନକୁ ସାକାର କରିବାକୁ ସଂକଳ୍ପ ନେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ ।
SR
(रिलीज़ आईडी: 2069293)
आगंतुक पटल : 86