ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଜସ୍ଥାନର ଧୌଲପୁରରେ ହୋଇଥିବା ସଡକ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ : ପିଏମ୍‌ଏନ୍‌ଆର୍‌ଏଫ୍‌ରୁ ସହାୟତା ରାଶି ଘୋଷଣା

Posted On: 20 OCT 2024 1:43PM by PIB Bhubaneshwar

 

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ଧୌଲପୁର ସଡକ ଦୁର୍ଘଟଣାରେ ହୋଇଥିବା ପ୍ରାଣ ହାନୀ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ପ୍ରଶାସନ ପୀଡିତମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ କରିବାରେ ନିୟୋଜିତ ଅଛନ୍ତି ବୋଲି ସେ ନିଶ୍ଚିତ କରିଛନ୍ତି

ଏକ୍ସର ଏକ ପୋଷ୍ଟରେ ସେ ଲେଖିଛନ୍ତି :

ରାଜସ୍ଥାନର ଧୌଲପୁରରେ ଘଟିଥିବା ଦୁର୍ଘଟଣା ହୃଦୟ ବିଦାରକ ନିରୀହ ପିଲାମାନଙ୍କ ସମେତ ପ୍ରାଣ ହରାଇଥିବା ମୃତକଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଭଗବାନ ସେମାନଙ୍କୁ ଏହି ଯନ୍ତ୍ରଣା ସହିବାକୁ ଶକ୍ତି ଦିଅନ୍ତୁ ଏଥିସହ ମୁଁ ସମସ୍ତ ଆହତମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ପ୍ରଶାସନ ପୀଡିତମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାରେ ନିୟୋଜିତ ଅଛନ୍ତି

ରାଜସ୍ଥାନର ଧୌଲପୁରରେ ଘଟିଥିବା ଦୁର୍ଘଟଣାରେ ପ୍ରତ୍ୟେକ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ଶ୍ରୀ ମୋଦୀ ପିଏମ୍ଏନ୍ଆରଏଫ୍ରୁ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ଏହାଛଡା ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ବୋଲି ସେ କହିଛନ୍ତି

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍) ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି :

ପ୍ରଧାନମନ୍ତ୍ରୀ ରାଜସ୍ଥାନର ଧୌଲପୁରରେ ଘଟିଥିବା ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ପିଏମ୍ଏନ୍ଆର୍ଫ୍ରୁ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ଆହତମାନଙ୍କ ପାଇଁ ମଧ୍ୟ ୫୦,୦୦୦ ଟଙ୍କାର ସହାୟତା ଘୋଷଣା କରାଯାଇଛି

 

 

SR



(Release ID: 2066511) Visitor Counter : 8