କ୍ୟାବିନେଟ
azadi ka amrit mahotsav g20-india-2023

୨୦୨୦-୨୧ ରୁ ୨୦୨୫-୨୬ ପର୍ଯ୍ୟନ୍ତ ପ୍ରମୁଖ ବନ୍ଦର ଓ ଡକ୍ ଲେବର ବୋର୍ଡର କର୍ମଚାରୀ/ଶ୍ରମିକ ମାନଙ୍କ ପାଇଁ ସଂଶୋଧିତ ଉତ୍ପାଦକତା ସମ୍ପର୍କିତ ପୁରସ୍କାର (ପିଏଲ୍‌ଆର) ଯୋଜନାକୁ କ୍ୟାବିନେଟର ମଞ୍ଜୁରୀ

Posted On: 03 OCT 2024 8:36PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ୨୦୨୦-୨୧ରୁ ୨୦୨୫-୨୬ ପର୍ଯ୍ୟନ୍ତ ପ୍ରମୁଖ ବନ୍ଦ ଏବଂ ଡକ୍ ଲେବର ବୋର୍ଡର କର୍ମଚାରୀ/ଶ୍ରମିକମାନଙ୍କ ପାଇଁ ବର୍ତ୍ତମାନ ଥିବା ଉତ୍ପାଦକତା ସମ୍ପର୍କିତ ପୁରସ୍କାର (ପିଏଲଆର) ଯୋଜନାରେ ସଂଶୋଧନକୁ ମଂଜୁରୀ ଦେଇଛନ୍ତି ।

୨୦୨୦-୨୧ରୁ ୨୦୨୫୨୦୨୬ ପର୍ଯ୍ୟନ୍ତ ଲାଗୁ ସଂଶୋଧିତ ପିଏଲଆର ଯୋଜନା ଦ୍ୱାରା ପ୍ରମୁଖ ବନ୍ଦର ପ୍ରାଧିକରଣ ଏବଂ ଡକ୍ ଲେବର ବୋର୍ଡର ପ୍ରାୟ ୨୦୭୦୪ ଜଣ କର୍ମଚାରୀ ଲାଭବାନ ହେବେ । ପୁରା ଅବଧି ପାଇଁ ଖର୍ଚ୍ଚର ବୋଝ ପ୍ରାୟ ୨୦୦ କୋଟି ଟଙ୍କା ହେବ ।

ତଦନୁସାରେ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରଣାଳୟ ୨୦୨୦-୨୧ରୁ ୨୦୨୫-୨୬ ପର୍ଯ୍ୟନ୍ତ ସମସ୍ତ ପ୍ରମୁଖ ବନ୍ଦରର  ପ୍ରାଧିକରଣ ଏବଂ ଡକ୍ ଲେବର ବୋର୍ଡର କର୍ମଚାରୀ/ଶ୍ରମିକମାନଙ୍କ ଉତ୍ପାଦକତା ସହ ସମ୍ପର୍କିତ ପୁରସ୍କାର (ପିଏଲଆର) ଯୋଜନାରେ ସଂଶୋଧନ କରିଛି । ଏଥିରେ ପିଏଲଆରର ଗଣନା ପାଇର୍ ଅଖିଳ ଭାରତୀୟ ପ୍ରଦର୍ଶନ ୱେଟେଜ୍ ବଦଳରେ ବନ୍ଦର ଭିତ୍ତିକ ପ୍ରଦର୍ଶନ ୱେଟେଜ୍ ବଢ଼ିଯାଇଛି । ବୋନସର ଗଣନା ପାଇଁ ଉତ୍ପାଦକତା ସହ ସମ୍ପର୍କିତ ପୁରସ୍କାର (ପିଏଲଆର) ଗଣନା ପ୍ରତି ମାସ ୭ ହଜାର ଟଙ୍କା ବେତନ ସୀମା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି । ପିଏଲଆର ବାର୍ଷିକ ହାରରେ ବନ୍ଦର ଭିତ୍ତିକ ପ୍ରଦର୍ଶନର ୱେଟେଜକୁ ୫୦%ରୁ ୫୫% କୁ ବୃଦ୍ଧି କରି ପ୍ରଦାନ କରାଯିବ ଏବଂ ପରେ ତାହା ୬୦%କୁ ବୃଦ୍ଧି ହେବ । ଅଖିଳ ଭାରତୀୟ ବନ୍ଦର ପ୍ରଦର୍ଶନର ୱେଟେଜ୍ ୨୦୨୫-୨୬ ପର୍ଯ୍ୟନ୍ତ ୪୦% କୁ ହ୍ରାସ ପାଇବ । ଏହା ଅଖିଳ ଭାରତୀୟ ବନ୍ଦର ପ୍ରଦର୍ଶନ ଏବଂ ବନ୍ଦର ଭିତ୍ତିକ ପ୍ରଦର୍ଶନ ବର୍ତ୍ତମାନର ୫୦% ୱେଟେଜ୍‌କୁ ବଦଳ କରୁଛି । ଆଶା କରାଯାଉଛି ସଂଶୋଧିତ ବ୍ୟବସ୍ଥା ଯୋଗୁ ପ୍ରମୁଖ ବନ୍ଦର ଗୁଡ଼ିକ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ସହ ଦକ୍ଷତା ମଧ୍ୟ ବୃଦ୍ଧି ପାଇବ ।

ଏହି ପିଏଲଆର ଯୋଜନା ଅଧିକ ଉତ୍ପାଦକତାକୁ ପ୍ରୋତ୍ସାହିତ କରିବା ସହ ଉତ୍ତମ ଔଦ୍ୟୋଗିକ ସମ୍ବନ୍ଧ ଓ ଅନୁକୂଳ କାର୍ଯ୍ୟ ବାତାବରଣକୁ ବଢ଼ାଇବ ।

ଉତ୍ପାଦକତା ସହ ସମ୍ପର୍କିତ ପୁରସ୍କାର (ପିଏଲଆର) ପ୍ରମୁଖ ବନ୍ଦର ଟ୍ରଷ୍ଟ ଏବଂ ଡକ୍ ଲେବର ବୋର୍ଡର ଶ୍ରମିକ/କର୍ମଚାରୀମାନଙ୍କ ପାଇଁ ଏକ ବର୍ତ୍ତମାନର ଯୋଜନା । ଏହି ଅନୁସାରେ ପ୍ରମୁଖ ବନ୍ଦର ପ୍ରାଧିକରଣ ଟ୍ରଷ୍ଟ ଏବଂ ଶ୍ରମିକ ସଂଘ ଗୁଡ଼ିକ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ କର୍ମଚାରୀ/ଶ୍ରମିକମାନଙ୍କୁ ବାର୍ଷିକ ଆଧାର ଅନୁସାରେ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥାଏ ।

SR



(Release ID: 2061834) Visitor Counter : 9