ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଅକ୍ଟୋବର ୪ ତାରିଖରେ କୌଟିଲ୍ୟ ଆର୍ଥିକ ସମାବେଶରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 03 OCT 2024 10:50AM by PIB Bhubaneswar

ନୂଆଦିଲ୍ଲୀର ତାଜ ହୋଟେଲରେ ଅକ୍ଟୋବର ୪ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ୩୦ ମିନିଟରେ ହେବାକୁ ଥିବା କୌଟିଲ୍ୟ ଆର୍ଥିକ ସମାବେଶରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ । ଏହି ଅବସରରେ ସେ ସମାବେଶକୁ ଉଦବୋଧନ ମଧ୍ୟ କରିବେ ।

କୌଟିଲ୍ୟ ଆର୍ଥିକ ସମାବେଶର ତୃତୀୟ ସଂସ୍କରଣ ଅକ୍ଟୋବର ୪ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଚଳିତ ବର୍ଷର ବୈଠକରେ ସବୁଜ ପରିବର୍ତ୍ତନର ଆର୍ଥିକପୋଷଣ, ଭୂ-ଆର୍ଥିକ ବିଖଣ୍ଡନ ଏବଂ ଅଭିବୃଦ୍ଧି ପାଇଁ ଆଶା, ଅନ୍ୟମାନଙ୍କ ମଧ୍ୟରେ ନମନୀୟତା ବଜାୟ ରଖିବାକୁ ନୀତି ନିର୍ଦ୍ଧାରଣ ପ୍ରସ୍ତୁତି ବାବଦରେ ଆଲୋଚନା କରାଯିବ ।

ଭାରତୀୟ ଅର୍ଥନୀତି ଏବଂ ବୈଶ୍ୱିକ ଦକ୍ଷିଣ ଅର୍ଥବ୍ୟବସ୍ଥା ମଧ୍ୟରେ ଦେଖାଦେଇଥିବା ବିଭିନ୍ନ ଚାଲେଞ୍ଜ ବାବଦରେ ଉଭୟ ଭାରତୀୟ ଓ ଆନ୍ତର୍ଜାତିକ ସ୍କଲାର ଏବଂ ନୀତି ନିର୍ଦ୍ଧାରକ ମାନେ ଆଲୋଚନା କରିବେ । ସମାବେଶରୁ ସମଗ୍ର ବିଶ୍ୱରୁ ବକ୍ତାମାନେ ଯୋଗ ଦେବେ ।

କୌଟିଲ୍ୟ ଆର୍ଥିକ ସମାବେଶ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଓ ଇନଷ୍ଟିଚ୍ୟୁଟ ଅଫ ଇକୋନୋମିକ ଗ୍ରୋଥ୍ ସହଭାଗିତାରେ ଆୟୋଜିତ ହେଉଛି ।

SR

   


(ରିଲିଜ ଆଡି: 2061500) ପରିଦର୍ଶକ କାଉଣ୍ଟର : 90