ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

‘ମେକ୍ ଇନ୍ ଇଣ୍ଡିଆ’ ୧୪୦ କୋଟି ଭାରତୀୟଙ୍କ ସାମୂହିକ ସଂକଳ୍ପକୁ ଦର୍ଶାଉଛି : ପ୍ରଧାନମନ୍ତ୍ରୀ



ଗତ ଏକ ଦଶନ୍ଧି ଧରି ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ନିରନ୍ତର ଉଦ୍ୟମ କରୁଥିବା ଲୋକଙ୍କୁ ପ୍ରଶଂସା କଲେ

ପୋଷ୍ଟ କରାଯିବା ଦିନାଙ୍କ: 25 SEP 2024 11:33AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ମେକ୍ ଇନ୍ ଇଣ୍ଡିଆ’ ପଦକ୍ଷେପର ୧୦ ବର୍ଷ ପୂର୍ତ୍ତୀ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ ସୂଚାଇଛନ୍ତି ଯେ ‘ମେକ୍ ଇନ୍ ଇଣ୍ଡିଆ’ ଦେଶକୁ ଉତ୍ପାଦନ ଏବଂ ଅଭିନବ ଶକ୍ତିକେନ୍ଦ୍ରରେ ପରିଣତ କରିବା ପାଇଁ ୧୪୦ କୋଟି ଭାରତୀୟଙ୍କ ସାମୂହିକ ସଂକଳ୍ପକୁ ଦର୍ଶାଉଛି । ସେ ସମସ୍ତ ସମ୍ଭାବ୍ୟ ଉପାୟ ମାଧ୍ୟମରେ ‘ମେକ୍ ଇନ୍ ଇଣ୍ଡିଆ’କୁ ଉତ୍ସାହିତ କରିବାକୁ ସରକାରଙ୍କ ପ୍ରତିବଦ୍ଧତାକୁ ସେ ଦୋହରାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଆଜି ‘ମେକ୍ ଇନ୍ ଇଣ୍ଡିଆ’ କୁ ୧୦ ବର୍ଷ ପୂରଣ ହୋଇଛି । ଗତ ଏକ ଦଶନ୍ଧି ମଧ୍ୟରେ ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ଯେଉଁମାନେ ନିରନ୍ତର ଭାବରେ କାର୍ଯ୍ୟ କରୁଛନ୍ତି, ମୁଁ ସେମାନଙ୍କୁ ପ୍ରଶଂସା କରୁଛି । ଆମ ଦେଶକୁ ଉତ୍ପାଦନ ଏବଂ ନବସୃଜନର ଏକ ଶକ୍ତି କେନ୍ଦ୍ରରେ ପରିଣତ କରିବା ପାଇଁ ‘ମେକ୍ ଇନ୍ ଇଣ୍ଡିଆ’ ୧୪୦ କୋଟି ଭାରତୀୟଙ୍କ ସାମୂହିକ ସଂକଳ୍ପକୁ ଦର୍ଶାଉଛି । ଏହା ଉଲ୍ଲେଖନୀୟ ଯେ ବିଭିନ୍ନ କ୍ଷେତ୍ରରେ ରପ୍ତାନି ବୃଦ୍ଧି ପାଇଛି, ଦକ୍ଷତା ଗଢ଼ି ଉଠିଛି ଏବଂ ଏହିପରି ଭାବରେ ଅର୍ଥନୀତିକୁ ମଜବୁତ କରାଯାଇଛି ।

ସମସ୍ତ ସମ୍ଭାବ୍ୟ ଉପାୟ ମାଧ୍ୟମରେ ‘ମେକ୍ ଇନ୍ ଇଣ୍ଡିଆ’କୁ ଉତ୍ସାହିତ କରିବାକୁ ଭାରତ ସରକାର ପ୍ରତିବଦ୍ଧ । ସଂସ୍କାର କ୍ଷେତ୍ରରେ ଭାରତର ପ୍ରଗତି ମଧ୍ୟ ଜାରି ରହିବ । ମିଳିତ ଭାବେ ଆମେ ଏକ ଆତ୍ମନିର୍ଭର ଏବଂ ବିକଶିତ ଭାରତର ନିର୍ମାଣ କରିବା ।”

 

SR


(ରିଲିଜ ଆଡି: 2058813) ପରିଦର୍ଶକ କାଉଣ୍ଟର : 90