ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav g20-india-2023

ମିଳିତ ଜାତିସଂଘ 'ସମିଟ୍ ଅଫ୍ ଦି ଫ୍ୟୁଚର'ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟର ଓଡ଼ିଆ ଅନୁବାଦ

Posted On: 23 SEP 2024 10:12PM by PIB Bhubaneshwar

ମହାମହିମ,                                                                                                 
ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତ ଏବଂ ୧୪୦ କୋଟି ଭାରତୀୟଙ୍କ ତରଫରୁ ଆପଣ ସମସ୍ତଙ୍କୁ ଶୁଭେଚ୍ଛା । ନିକଟରେ ଜୁନ୍ ମାସରେ ଅନୁଷ୍ଠିତ ମାନବ ଇତିହାସର ସର୍ବବୃହତ ନିର୍ବାଚନରେ ଭାରତର ଜନତା ମୋତେ କ୍ରମାଗତ ତୃତୀୟ ଥର ପାଇଁ ସେମାନଙ୍କ ସେବା କରିବାର ସୁଯୋଗ ଦେଇଛନ୍ତି ଏବଂ ଆଜି ମୁଁ ଆପଣଙ୍କ ପାଇଁ ମାନବଜାତିର ଏହି ଏକ ଷଷ୍ଠାଂଶର ସ୍ୱର ଆଣିଛି । ,

 

ବନ୍ଧୁଗଣ,

ଯେତେବେଳେ ଆମେ ବିଶ୍ୱ ଭବିଷ୍ୟତ ବିଷୟରେ ଆଲୋଚନା କରୁଛୁ, ସେତେବେଳେ ଆମକୁ ମାନବ କେନ୍ଦ୍ରୀତ ଆଭିମୁଖ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ପଡିବ। ନିରନ୍ତର ବିକାଶକୁ ପ୍ରାଥମିକତା ଦେବା ସହିତ ମାନବ କଲ୍ୟାଣ, ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ନିରାପତ୍ତା ମଧ୍ୟ ସୁନିଶ୍ଚିତ କରିବା ଆବଶ୍ୟକ । ଭାରତରେ ୨୫୦ ନିୟୁତ ଲୋକଙ୍କୁ ଦାରିଦ୍ର୍ୟମୁକ୍ତ କରି ଆମେ ଦେଖାଇଛୁ ଯେ ନିରନ୍ତର ବିକାଶ ସଫଳ ହୋଇପାରିବ  ଏବଂ ଆମେ ଆମର ସଫଳତାର ଏହି ଅନୁଭୂତିକୁ ସମଗ୍ର ଗ୍ଲୋବାଲ ସାଉଥ୍ ସହ ବାଣ୍ଟିବାକୁ ପ୍ରସ୍ତୁତ ଅଛୁ ।

 

ବନ୍ଧୁଗଣ,

ମାନବଜାତିର ସଫଳତା ଆମର ସାମୂହିକ ଶକ୍ତିରେ ରହିଛି, ଯୁଦ୍ଧ କ୍ଷେତ୍ରରେ ନୁହେଁ । ବିଶ୍ୱ ଶାନ୍ତି ଓ ବିକାଶ ପାଇଁ ବୈଶ୍ୱିକ ଅନୁଷ୍ଠାନରେ ସଂସ୍କାର ଜରୁରୀ । ସଂସ୍କାର ହେଉଛି ପ୍ରାସଙ୍ଗିକତାର ଚାବିକାଠି! ନୂଆଦିଲ୍ଲୀ ଶିଖର ସମ୍ମିଳନୀରେ ଆଫ୍ରିକୀୟ ସଂଘରେ ଜି-୨୦ର ସ୍ଥାୟୀ ସଦସ୍ୟତା ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା। ଗୋଟିଏ ପଟେ ଆତଙ୍କବାଦ ବିଶ୍ୱ ଶାନ୍ତି ଓ ନିରାପତ୍ତା ପାଇଁ ଗୁରୁତର ବିପଦ ପାଲଟିଥିବା ବେଳେ ଅନ୍ୟପଟେ ସାଇବର, ସାମୁଦ୍ରିକ ଓ ମହାକାଶ ଭଳି କ୍ଷେତ୍ର ସଂଘର୍ଷର ନୂଆ ଦିଗ ଭାବେ ଉଭା ହେଉଛି। ଏହି ସବୁ ପ୍ରସଙ୍ଗରେ ମୁଁ ଗୁରୁତ୍ୱାରୋପ କରିବି ଯେ, ଗ୍ଲୋବାଲ ଆକ୍ସନ ଗ୍ଲୋବାଲ୍ ଆମ୍ବିସନ ସହ ମେଳ ଖାଇବା ଦରକାର!,



ବନ୍ଧୁଗଣ,

ବୈଷୟିକ ଜ୍ଞାନକୌଶଳର ସୁରକ୍ଷିତ ଏବଂ ଦାୟିତ୍ୱପୂର୍ଣ୍ଣ ବ୍ୟବହାର ପାଇଁ ସନ୍ତୁଳିତ ନିୟନ୍ତ୍ରଣର ଆବଶ୍ୟକତା ରହିଛି । ଆମକୁ ବିଶ୍ୱସ୍ତରୀୟ ଡିଜିଟାଲ ଶାସନ ର ଆବଶ୍ୟକତା ଅଛି, ଯାହା ସୁନିଶ୍ଚିତ କରେ ଯେ ଜାତୀୟ ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ବଜାୟ ରହିବ । ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏକ ସେତୁ ହେବା ଉଚିତ, ପ୍ରତିବନ୍ଧକ ନୁହେଁ! ଗ୍ଲୋବାଲ ଗୁଡ ପାଇଁ ଭାରତ ଏହାର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିକୁ ସମଗ୍ର ବିଶ୍ୱ ସହ ବାଣ୍ଟିବାକୁ ପ୍ରସ୍ତୁତ ଅଛି ।

 

ବନ୍ଧୁଗଣ,

ଭାରତ ପାଇଁ 'ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ' ଏକ ପ୍ରତିବଦ୍ଧତା। "ଗୋଟିଏ ପୃଥିବୀ, ଗୋଟିଏ ସ୍ୱାସ୍ଥ୍ୟ" ଏବଂ "ଗୋଟିଏ ସୂର୍ଯ୍ୟ, ଗୋଟିଏ ବିଶ୍ୱ, ଗୋଟିଏ ଗ୍ରୀଡ" ପରି ଆମର ପଦକ୍ଷେପରେ ମଧ୍ୟ ଏହି ପ୍ରତିବଦ୍ଧତା ପ୍ରତିଫଳିତ ହୋଇଛି । ସମଗ୍ର ମାନବଜାତିର ଅଧିକାରର ସୁରକ୍ଷା ଏବଂ ବିଶ୍ୱ ସମୃଦ୍ଧି ପାଇଁ ଭାରତ ସର୍ବଦା ଏହାର କାର୍ଯ୍ୟ ଜାରି ରଖିବ ।

 

ଆପଣଙ୍କୁ ବହୁତ ଧନ୍ୟବାଦ।

ପ୍ରତ୍ୟାଖ୍ୟାନ  - ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟର ସଂକ୍ଷିପ୍ତ ଅନୁବାଦ । ମୂଳ ଭାଷଣ ହିନ୍ଦୀରେ ପ୍ରଦାନ କରାଯାଇଥିଲା।

BS



(Release ID: 2058149) Visitor Counter : 12