ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav g20-india-2023

'ଭବିଷ୍ୟତର ଶିଖର ସମ୍ମିଳନୀ' କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

Posted On: 23 SEP 2024 11:09PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଆଜି ନ୍ୟୁୟର୍କରେ ଜାତିସଂଘରେ 'ଭବିଷ୍ୟତର ଶିଖର ସମ୍ମିଳନୀ'କୁ ସମ୍ବୋଧିତ କରିଥିଲେ ।

 

ଏହି ଶିଖର ସମ୍ମିଳନୀର ବିଷୟବସ୍ତୁ ରହିଛି 'ଏକ ଉତ୍ତମ ଭବିଷ୍ୟତ ପାଇଁ ବହୁପକ୍ଷୀୟ ସମାଧାନ'। ଏହି ଶିଖର ସମ୍ମିଳନୀରେ ବହୁ ସଂଖ୍ୟାରେ ବିଶ୍ୱନେତା ଯୋଗ ଦେଇଥିଲେ ।

 

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଭବିଷ୍ୟତ ପିଢ଼ି ପାଇଁ ଏକ ସ୍ଥାୟୀ ବିଶ୍ୱ ଗଠନ ପାଇଁ ଭାରତର ଦୃଷ୍ଟିକୋଣ ଉପରେ ଆଲୋକପାତ କରିଥିଲେ । ବିଶ୍ୱ ଶାନ୍ତି, ବିକାଶ ଓ ସମୃଦ୍ଧି ଚାହୁଁଥିବା ମାନବଜାତିର ଏକ ଷଷ୍ଠଭାଗ ତରଫରୁ ଶିଖର ସମ୍ମିଳନୀରେ ସେ ଏହା କହିଛନ୍ତି। ଉଜ୍ଜ୍ୱଳ ବିଶ୍ୱ ଭବିଷ୍ୟତ ପାଇଁ ଆମର ସାମୂହିକ ପ୍ରୟାସରେ ମାନବ-କେନ୍ଦ୍ରୀତ ଆଭିମୁଖ୍ୟକୁ ପ୍ରାଥମିକତା ଦେବାକୁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ ନିରନ୍ତର ବିକାଶ ପଦକ୍ଷେପକୁ ବୃଦ୍ଧି କରିବାରେ ଭାରତର ସଫଳତା ଉପରେ ଆଲୋକପାତ କରିଥିଲେ ଏବଂ ଏହି ପରିପ୍ରେକ୍ଷୀରେ ଉଲ୍ଲେଖ କରିଥିଲେ ଯେ ଗତ ଦଶନ୍ଧି ମଧ୍ୟରେ ଦେଶ ୨୫୦ ନିୟୁତ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିଛି । ଦକ୍ଷିଣ ବିଶ୍ୱର ଦେଶମାନଙ୍କ ସହିତ ଏକତା ପ୍ରକାଶ କରି ସେ ଗୁରୁତ୍ୱାରୋପ କରିଥିଲେ ଯେ ଭାରତ ଏହାର ବିକାଶ ଅଭିଜ୍ଞତା ସେମାନଙ୍କ ସହିତ ବାଣ୍ଟିବାର ସୌଭାଗ୍ୟ ଲାଭ କରିଛି । ପ୍ରଯୁକ୍ତିବିଦ୍ୟାର ସୁରକ୍ଷିତ ଏବଂ ଦାୟିତ୍ୱପୂର୍ଣ୍ଣ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ସନ୍ତୁଳିତ ନିୟମ ପ୍ରଣୟନ କରିବାକୁ ସେ ଆହ୍ୱାନ ଦେଇ କହିଥିଲେ ଯେ ଭାରତ ଅଧିକ ଜନହିତ ପାଇଁ ଏହାର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଅଂଶୀଦାର କରିବାକୁ ପ୍ରସ୍ତୁତ ଅଛି । 'ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ' ପ୍ରତି ଭାରତର ପ୍ରତିବଦ୍ଧତାକୁ ସେ ମାର୍ଗଦର୍ଶକ ନୀତି ଭାବେ ଦର୍ଶାଇଥିଲେ।

 

ସଂସ୍କାର ପ୍ରାସଙ୍ଗିକତାର ଚାବିକାଠି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଏବଂ ଜାତିସଂଘ ନିରାପତ୍ତା ପରିଷଦ ସମେତ ବିଶ୍ୱ ଶାସନ ଅନୁଷ୍ଠାନର ତୁରନ୍ତ ସଂସ୍କାର ପାଇଁ ଆହ୍ୱାନ ଦେଇଥିଲେ । ସେ ଉଲ୍ଲେଖ କରିଛନ୍ତି ଯେ ବିଶ୍ୱସ୍ତରୀୟ ପଦକ୍ଷେପ ବିଶ୍ୱସ୍ତରୀୟ ଆକାଂକ୍ଷା ସହିତ ମେଳ ଖାଇବା ଉଚିତ୍ । ପ୍ରଧାନମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ମନ୍ତବ୍ୟ ଏଠାରେ ଦେଖିବାକୁ ମିଳିବ https://bit.ly/4diBR08

 

ଗ୍ଲୋବାଲ୍ ଡିଜିଟାଲ୍ କମ୍ପ୍ୟାକ୍ଟ ଏବଂ ଭବିଷ୍ୟତ ପିଢ଼ି ଉପରେ ଏକ ଘୋଷଣାନାମା ସହିତ ଏକ ଫଳାଫଳ ଦସ୍ତାବିଜ - ଭବିଷ୍ୟତ ପାଇଁ ଏକ ଚୁକ୍ତି ଗ୍ରହଣ କରିବା ସହିତ ଶିଖର ସମ୍ମିଳନୀ ଶେଷ ହୋଇଥିଲା।

 

HS



(Release ID: 2058147) Visitor Counter : 22