ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav g20-india-2023

୪୫ତମ ଚେସ୍ ଅଲମ୍ପିଆଡରେ ସ୍ୱର୍ଣ୍ଣ ପଦକ ଜିତି ଥିବାରୁ ଉଭୟ ଓପନ ଓ ମହିଳା ବର୍ଗର ଭାରତୀୟ ଖେଳାଳିଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

Posted On: 23 SEP 2024 1:15AM by PIB Bhubaneshwar

୪୫ତମ ଚେସ୍ ଅଲମ୍ପିଆଡରେ ଉଭୟ ଓପନ ଓ ମହିଳା ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ଭାରତୀୟ ଖେଳାଳିମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଶଂସା କରିଛନ୍ତି । ସେମାନଙ୍କୁ ଉଲ୍ଲେଖନୀୟ କୃତିତ୍ୱ ପାଇଁ ସେ ଉଭୟ ପୁରୁଷ ଓ ମହିଳା ଚେସ୍ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ବାର୍ତ୍ତାରେ କହିଛନ୍ତି:

“ଆମ ଚେସ୍ ଟିମ୍ ୪୫ତମ ଚେସ୍ ଅଲମ୍ପିଆଡରେ ଜିତିବା ଭାରତ ପାଇଁ ଐତିହାସିକ ବିଜୟ #FIDE Chess Olympiad  ଚେସ୍ ଅଲମ୍ପିଆଡରେ ଉଭୟ ଓପନ ଏବଂ ମହିଳା ବର୍ଗରେ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଆମର ଅବିଶ୍ୱସନୀୟ ମହିଳା ଓ ପୁରୁଷ ଟିମକୁ ଅଭିନନ୍ଦନ । ଭାରତୀୟ କ୍ରୀଡ଼ା ରାସ୍ତାରେ ଏହି ଉଲ୍ଲେଖନୀୟ କୃତିତ୍ୱ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ଏହି ସଫଳତା ଚେସ୍ ଖେଳର ଉତ୍ସାହୀ ପିଢ଼ିଙ୍କୁ ପ୍ରୋତ୍ସାହିତ କରୁ ।”

SR



(Release ID: 2057741) Visitor Counter : 18