କ୍ୟାବିନେଟ
ଫସଫେଟିକ୍ ଏବଂ ପୋଟାସିକ୍ (ପିଆଣ୍ଡକେ) ସାର ଉପରେ ରବି ଋତୁ, ୨୦୨୪ (୦୧.୧୦.୨୦୨୪ରୁ ୩୧.୦୩.୨୦୨୫ ପର୍ଯ୍ୟନ୍ତ) ପାଇଁ ପୋଷକ ତତ୍ତ୍ୱ ଭିତ୍ତିକ ସବସିଡି (ଏନବିଏସ) ଦରକୁ କ୍ୟାବିନେଟ୍ ଅନୁମୋଦନ କରିଛି
ପୋଷ୍ଟ କରାଯିବା ଦିନାଙ୍କ:
18 SEP 2024 3:14PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଫସଫେଟିକ୍ ଏବଂ ପୋଟାସିକ୍ (ପିଆଣ୍ଡକେ ) ସାର ଉପରେ ରବି ଋତୁ, ୨୦୨୪ (୦୧.୧୦.୨୦୨୪ରୁ ୩୧.୦୩.୨୦୨୫) ପାଇଁ ପୋଷକ ତତ୍ତ୍ୱ ଭିତ୍ତିକ ସବସିଡି (ଏନବିଏସ) ହାର ନିର୍ଦ୍ଧାରଣ କରିବା ପାଇଁ ରାସାୟନିକ ଏବଂ ସାର ମନ୍ତ୍ରଣାଳୟର ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
୨୦୨୪ ରବି ଋତୁ ପାଇଁ ସମ୍ଭାବ୍ୟ ବଜେଟ୍ ଆବଶ୍ୟକତା ପ୍ରାୟ ୨୪,୪୭୫.୫୩ କୋଟି ଟଙ୍କା ହେବ।
ଫାଇଦା:
- ଚାଷୀଙ୍କୁ ରିହାତି, ସୁଲଭ ଓ ଉଚିତ ମୂଲ୍ୟରେ ସାର ଉପଲବ୍ଧ କରାଇବା ସୁନିଶ୍ଚିତ ହେବ।
- ସାର ଏବଂ ଅନ୍ୟାନ୍ୟ ସାମଗ୍ରୀର ଅନ୍ତର୍ଜାତୀୟ ମୂଲ୍ୟରେ ସାମ୍ପ୍ରତିକ ଧାରାକୁ ଦୃଷ୍ଟିରେ ରଖି ପିଆଣ୍ଡକେ ସାର ଉପରେ ସବସିଡିର ଯୁକ୍ତିଯୁକ୍ତକରଣ ।
କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ:
ଚାଷୀଙ୍କୁ ସୁଲଭ ମୂଲ୍ୟରେ ଏହି ସାର ସୁରୁଖୁରୁରେ ଉପଲବ୍ଧ କରାଇବା ପାଇଁ ରବି ୨୦୨୪ (୦୧.୧୦.୨୦୨୪ରୁ ୩୧.୦୩.୨୦୨୫ ପର୍ଯ୍ୟନ୍ତ ଲାଗୁ) ପାଇଁ ଅନୁମୋଦିତ ଦର ଆଧାରରେ ପିଆଣ୍ଡକେ ସାର ଉପରେ ସବସିଡି ପ୍ରଦାନ କରାଯିବ।
ପୃଷ୍ଠଭୂମି
ସାର ଉତ୍ପାଦନକାରୀ/ଆମଦାନୀକାରୀଙ୍କ ଜରିଆରେ ସରକାର ଚାଷୀଙ୍କୁ ରିହାତି ମୂଲ୍ୟରେ ୨୮ ଗ୍ରେଡ୍ ର ପିଆଣ୍ଡକେ ସାର ଉପଲବ୍ଧ କରୁଛନ୍ତି। ପି ଆଣ୍ଡକେ ସାର ଉପରେ ସବସିଡି ଏନବିଏସ ଯୋଜନା ଦ୍ୱାରା ୦୧.୦୪.୨୦୧୦ ରୁ ନିୟନ୍ତ୍ରିତ ହୁଏ । କୃଷକ ଅନୁକୂଳ ଆଭିମୁଖ୍ୟ ଅନୁଯାୟୀ, କୃଷକମାନଙ୍କୁ ସୁଲଭ ମୂଲ୍ୟରେ ପିଆଣ୍ଡକେ ସାର ଉପଲବ୍ଧ କରାଇବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ୟୁରିଆ, ଡିଏପି, ଏମଓପି ଏବଂ ସଲଫର ଭଳି ସାର ଏବଂ ସାମଗ୍ରୀର ଆନ୍ତର୍ଜାତିକ ମୂଲ୍ୟରେ ସାମ୍ପ୍ରତିକ ଧାରାକୁ ଦୃଷ୍ଟିରେ ରଖି ସରକାର ରବି ୨୦୨୪ ପାଇଁ ଫସଫେଟିକ୍ ଏବଂ ପୋଟାସିକ୍ (ପିଆଣ୍ଡକେ) ସାର ଉପରେ ୦୧.୧୦.୨୪ରୁ ୩୧.୦୩.୨୫ ପର୍ଯ୍ୟନ୍ତ ଏନବିଏସ ଦର ଅନୁମୋଦନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅନୁମୋଦିତ ଓ ବିଜ୍ଞାପିତ ଦର ଅନୁଯାୟୀ ସାର କମ୍ପାନିଗୁଡ଼ିକୁ ସବସିଡି ପ୍ରଦାନ କରାଯିବ, ଯାହାଦ୍ୱାରା ଚାଷୀଙ୍କୁ ସୁଲଭ ମୂଲ୍ୟରେ ସାର ଉପଲବ୍ଧ ହେବ।
HS
(ରିଲିଜ ଆଡି: 2056284)
ପରିଦର୍ଶକ କାଉଣ୍ଟର : 117
ଏହି ରିଲିଜ ପଢନ୍ତୁ :
Kannada
,
English
,
Urdu
,
हिन्दी
,
Marathi
,
Nepali
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam