ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସେପ୍ଟେମ୍ବର ୧୨ରେ ପ୍ରଧାନମନ୍ତ୍ରୀ ଦ୍ୱିତୀୟ ଏସିଆ-ପ୍ରଶାନ୍ତ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ଯୋଗଦେବେ


ପ୍ରଧାନମନ୍ତ୍ରୀ ଏସିଆ-ପ୍ରଶାନ୍ତ କ୍ଷେତ୍ରରେ ବିମାନ ସୁରକ୍ଷା, ସ୍ଥିରତା ଏବଂ ସୁରକ୍ଷାକୁ ବୃଦ୍ଧି କରିବା ପାଇଁ ଦିଲ୍ଲୀ ଘୋଷଣାପତ୍ରକୁ ଗ୍ରହଣ କରିବା ସମ୍ପର୍କରେ ଘୋଷଣା କରିବେ

Posted On: 11 SEP 2024 7:41PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ସେପ୍ଟେମ୍ବର୧ ୨ ତାରିଖ ଅପରାହ୍ଣ ୪ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ବିମାନ ଚଳାଚଳ ସମ୍ପର୍କରେ ଅନୁଷ୍ଠିତ ହେଉଥିବା ଦ୍ୱିତୀୟ ଏସିଆ-ପ୍ରଶାନ୍ତ ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ଭାଗ ନେବେ । ଏହି କାର୍ଯ୍ୟକ୍ରମକୁ ମଧ୍ୟ ସେ ସମ୍ବୋଧିତ କରିବେ ।

ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ଦ୍ୱାରା ‘ଦିଲ୍ଲୀ ଘୋଷଣାପତ୍ର’କୁ ଗ୍ରହଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଘୋଷଣା କରିବେ । ଏହି ଘୋଷଣାପତ୍ର ବିମାନ ଚଳାଚଳ କ୍ଷେତ୍ରରେ ଶୀର୍ଷରେ ପହଞ୍ଚିବା ପାଇଁ ଏକ ରୋଡମ୍ୟାପ ।

ଏସିଆ-ପ୍ରଶାନ୍ତ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ସୁରକ୍ଷା, ସ୍ଥିରତା ଓ ସୁରକ୍ଷାକୁ ଆଗେଇ ନେବା ଦିଗରେ ଏହି ସମ୍ମିଳନୀ ଏବଂ ଦିଲ୍ଲା ଘୋଷଣାପତ୍ର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହାଦ୍ୱାରା ଏହି କ୍ଷେତ୍ରର ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗ ଭାବନାର ଉଦ୍ରେକ ହୋଇପାରିବ ।

ଆନ୍ତର୍ଜାତିକ ବେସାମରିକ ବିମାନ ଚଳାଚଳ ସଙ୍ଗଠନ (ଆଇସିଏଓ) ସହଯୋଗରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବିମାନ ଚଳାଚଳ ସମ୍ପର୍କରେ ଏହି ଏସିଆ-ପ୍ରଶାନ୍ତ ସମ୍ମିଳନୀର ଆୟୋଜନ କରିଛି । ଏହା ଏସିଆ-ପ୍ରଶାନ୍ତ କ୍ଷେତ୍ରର ପରିବହନ ଓ ବିମାନ ଚଳାଚଳ ମନ୍ତ୍ରୀ, ନିୟାମକ ସଂସ୍ଥା, ଔଦ୍ୟୋଗିକ ବିଶେଷଜ୍ଞଙ୍କ ଏମ ମଞ୍ଚ ସାବ୍ୟସ୍ତ ହେବ । ସମ୍ମିଳନୀରେ ମୌଳିକ ଢାଞ୍ଚାର ବିକାଶ, ସ୍ଥିରତା, କାର୍ଯ୍ୟବଳର ବିକାଶ ସହ ସାର୍ବଜନୀକ ଓ ଘରୋଇ କ୍ଷେତ୍ର ମଧ୍ୟରେ ସହଯୋଗ ପ୍ରତି ଥିବା ଆହ୍ୱାନକୁ ଗରୁତ୍ୱ ଦେବ ।

   SR



(Release ID: 2053961) Visitor Counter : 19