ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପଦ୍ମ ପୁରସ୍କାର ପାଇଁ ପ୍ରେରଣାଦାୟୀ ବ୍ୟକ୍ତିତ୍ୱଙ୍କୁ ମନୋନୀତ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
प्रविष्टि तिथि:
09 SEP 2024 6:09PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମ୍ମାନଜନକ ପଦ୍ମ ପୁରସ୍କାର ପାଇଁ ନାମାଙ୍କନ ପ୍ରକ୍ରିୟାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ।
ସମାଜ ପାଇଁ ଉଲ୍ଲେଖନୀୟ ଅବଦାନ ଦେଇଥିବା ତୃଣମୂଳ ସ୍ତରର ଯୋଦ୍ଧାମାନଙ୍କୁ ସ୍ୱୀକୃତି ଦେବା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି । ନାମାଙ୍କନ ପ୍ରକ୍ରିୟାର ସ୍ୱଚ୍ଛ ଏବଂ ସହଭାଗୀ ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ପୂର୍ବରୁ ମିଳିଥିବା ନାମାଙ୍କନ ସଂଖ୍ୟାକୁ ନେଇ ଖୁସି ବ୍ୟକ୍ତ କରିବା ସହ awards.gov.in ସରକାରୀ ପୋର୍ଟାଲ ମାଧ୍ୟମରେ ସମ୍ମାନଜନକ ପଦ୍ମ ପୁରସ୍କାର ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ମନୋନୀତ କରିବାକୁ ଅଧିକରୁ ଅଧିକ ଲୋକଙ୍କୁ ଅନୁରୋଧ କରିଛନ୍ତି ।
ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
‘‘ଗତ ଏକ ଦଶନ୍ଧି ମଧ୍ୟରେ ଆମେ ଅଗଣିତ ତୃଣମୂଳ ସ୍ତରର ଯୋଦ୍ଧାମାନଙ୍କୁ #PeoplesPadma ରେ ସମ୍ମାନିତ କରିଛୁ। ପୁରସ୍କାର ବିଜେତାଙ୍କ ଜୀବନ ଯାତ୍ରା ଅଗଣିତ ଲୋକଙ୍କୁ ପ୍ରେରଣା ଦେଇଛି। ସେମାନଙ୍କର ଧୈର୍ଯ୍ୟ ଓ ଦୃଢ଼ତା ସେମାନଙ୍କ ସମୃଦ୍ଧ କାର୍ଯ୍ୟରେ ସ୍ପଷ୍ଟ ଭାବେ ଦୃଶ୍ୟମାନ। ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଏବଂ ଅଂଶୀଦାର କରିବା ଉଦ୍ଦେଶ୍ୟରେ ଆମ ସରକାର ବିଭିନ୍ନ ପଦ୍ମ ପୁରସ୍କାର ପାଇଁ ଅନ୍ୟମାନଙ୍କୁ ମନୋନୀତ କରିବା ପାଇଁ ଲୋକଙ୍କୁ ଆମନ୍ତ୍ରଣ କରୁଛନ୍ତି । ଅନେକ ନାମାଙ୍କନ ଆସିଥିବାରୁ ମୁଁ ଖୁସି । ନାମାଙ୍କନ ଦାଖଲର ଶେଷ ଦିନ ହେଉଛି ଚଳିତ ମାସ ୧୫ ତାରିଖ। ମୁଁ ଅଧିକରୁ ଅଧିକ ଲୋକଙ୍କୁ ଅନୁରୋଧ କରୁଛି ଯେ ସେମାନେ ପ୍ରେରଣାଦାୟୀ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରନ୍ତୁ । ଆପଣମାନେ ଏହା - awards.gov.in ରେ କରିପାରିବ ।’’
HS/Swadhin/Manoj
(रिलीज़ आईडी: 2053249)
आगंतुक पटल : 58
इस विज्ञप्ति को इन भाषाओं में पढ़ें:
Khasi
,
English
,
Urdu
,
Marathi
,
हिन्दी
,
Bengali-TR
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam