ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ହକିର ପ୍ରବାଦ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଶତବାର୍ଷିକୀ ପାଳନ ପାଇଁ ‘ଖେଳ ଉତ୍ସବ-୨୦୨୪’ ଆୟୋଜିତ
ମନ୍ତ୍ରଣାଳୟର ୨୦୦ରୁ ଅଧିକ ଅଧିକାରୀ ଓ କର୍ମଚାରୀ ‘ଖେଳ ଉତ୍ସବ-୨୦୨୪’ରେ ଉତ୍ସାହ ଓ ଉଦ୍ଦୀପନା ସହ କଲେ ଅଂଶଗ୍ରହଣ
Posted On:
06 SEP 2024 10:52AM by PIB Bhubaneshwar
ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ପାଳନ ପୂର୍ବରୁ ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ସହଯୋଗରେ ଜାତୀୟ କ୍ରୀଡ଼ା ଦିବସ ୨୦୨୪ ପାଳନ ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଅଗଷ୍ଟ ୨୭, ୨୦୨୪ଠାରୁ ଅଗଷ୍ଟ ୩୦, ୨୦୨୪ ପର୍ଯ୍ୟନ୍ତ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ ଏବଂ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳ ଉତ୍ସବ-୨୦୨୪ ଅନୁଷ୍ଠିତ ହୋଇଯାଇଛି ।
ଏହି ପ୍ରଥମ ସଂସ୍କରଣରେ ମନ୍ତ୍ରଣାଳୟ ପକ୍ଷରୁ ଚାରୋଟି କ୍ରୀଡ଼ା ବର୍ଗ ଯଥା- କ୍ରିକେଟ, ହକି, ବ୍ୟାଡମିଣ୍ଟନ ଏବଂ ଟେବୁଲ ଟେନିସ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏଥିରେ ମନ୍ତ୍ରଣାଳୟର ୨୦୦ରୁ ଅଧିକ ଅଧିକାରୀ ଓ କର୍ମଚାରୀ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହ ଅଂଶଗ୍ରହଣ କରିବା ସମେତ ଏହାକୁ ସଫଳ କରାଇବାରେ ସହଯୋଗ କରିଥିଲେ । ଖେଳ ଉତ୍ସବର ଆଗାମୀ ସଂସ୍କରଣରେ ଏଥିରେ ଅଧିକ ବର୍ଗର କ୍ରୀଡ଼ାକୁ ସାମିଲ କରାଯିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ପ୍ରୟାସ କରାଯାଉଛି ।
ସେପ୍ଟେମ୍ବର ୪, ୨୦୨୪ ତାରିଖ ଦିନ ମେଜର ଧ୍ୟାନଚାନ୍ଦ ଟ୍ରଫି ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଶାସ୍ତ୍ରୀ ଭବନର ପିଆଇବି ସମ୍ମିଳନୀ କକ୍ଷଠାରେ ଏହାର ଆୟୋଜନ କରାଯାଇଥିଲା । ଏହି ଟ୍ରଫି ବିତରଣ ସମାରୋହରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ସଞ୍ଜୟ ଜାଜୁ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
RiM
(Release ID: 2052688)
Visitor Counter : 50
Read this release in:
English
,
Khasi
,
Urdu
,
Hindi
,
Marathi
,
Manipuri
,
Assamese
,
Bengali-TR
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam