ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପୁରୁଷ ବ୍ୟକ୍ତିଗତ ରିକର୍ଭ ଓପନ୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପାରା ଧନୁର୍ଦ୍ଧର ହରବିନ୍ଦର ସିଂହଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 04 SEP 2024 11:50PM by PIB Bhubaneshwar

ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ରେ ପୁରୁଷ ବ୍ୟକ୍ତିଗତ ରିକର୍ଭ ଓପନ୍ ଇଭେଣ୍ଟ୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପାରା ଧନୁର୍ଦ୍ଧର ହରବିନ୍ଦର ସିଂହଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ତାଙ୍କର ସଠିକତା, ଧ୍ୟାନ କେନ୍ଦ୍ରିତ କରିବା ଏବଂ ଅଦମ୍ୟ ଉତ୍ସାହ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ହର୍‌ବିନ୍ଦର ସିଂହଙ୍କ ଅତୁଳନୀୟ ପ୍ରଦର୍ଶନକୁ ପ୍ରଶଂସା କରିଥିଲେ ।

ଏକ୍ସର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ପାରା ତୀରନ୍ଦାଜରେ ଏକ ବିଶେଷ ସ୍ୱର୍ଣ୍ଣ !

ପାରାଲିମ୍ପିକ୍ସ ୨୦୨୪ରେ ପୁରୁଷ ବ୍ୟକ୍ତିଗତ ରିକର୍ଭ ଓପନ୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ହର୍‌ବିନ୍ଦର୍ ସିଂହଙ୍କୁ ଅଭିନନ୍ଦନ !

ତାଙ୍କର ସଠିକତା, ଧ୍ୟାନ ଏବଂ ଅଦମ୍ୟ ଉତ୍ସାହ ଅତୁଳନୀୟ । ତାଙ୍କର ଏହି ଉପଲବ୍ଧିରେ ଭାରତ ଖୁସି । #Cheer4Bharat

 

SR      



(Release ID: 2052142) Visitor Counter : 14