ପୋଷ୍ଟ କରାଯିବା ଦିନାଙ୍କ:
04 SEP 2024 10:31AM by PIB Bhubaneswar
ପ୍ୟାରିସ୍ ପାରାଲିମ୍ପିକ୍ସରେ ପୁରୁଷ ହାଇ ଜମ୍ପ୍ ଟି ୬୩ ଇଭେଣ୍ଟ୍ରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମାରିୟାପ୍ପାନ ଥଙ୍ଗାଭେଲୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପାରାଲିମ୍ପିକ୍ସର କ୍ରମାଗତ ତିନୋଟି ସଂସ୍କରଣରେ ବିଜୟ ଧାରା ବଜାୟ ରଖିଥିବାରୁ ଶ୍ରୀ ମୋଦୀ ତାଙ୍କର ଦକ୍ଷତା ଏବଂ ସ୍ଥିରତାକୁ ପ୍ରଶଂସା କରିଥିଲେ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ପୁରୁଷ ହାଇ ଜମ୍ପ୍ ଟି୬୩ ଇଭେଣ୍ଟ୍ରେ ବ୍ରୋଞ୍ଜ ପଦକ ଜିତିଥିବାରୁ ମାରିୟାପ୍ପାନ୍ ଥଙ୍ଗାଭେଲୁଙ୍କୁ ଅଭିନନ୍ଦନ ! ପାରାଲିମ୍ପିକ୍ସର କ୍ରମାଗତ ତିନିଟି ସଂସ୍କରଣରେ ସେ ପଦକ ଜିତିଥିବାରୁ ପ୍ରଶଂସନୀୟ। ତାଙ୍କର ଦକ୍ଷତା, ସ୍ଥିରତା ଏବଂ ନିଷ୍ଠା ଅତୁଳନୀୟ ।#Cheer4Bharat ”
SR