ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଆସନ୍ତାକାଲି ନୂଆଦିଲ୍ଲୀରେ ଭାରତ ସରକାର, ତ୍ରିପୁରା ସରକାର ଏବଂ ନେସନାଲ ଲିବରେସନ ଫ୍ରଣ୍ଟ ଅଫ୍ ତ୍ରିପୁରା (ଏନଏଲଏଫଟି) ଏବଂ ଅଲ୍ ତ୍ରିପୁରା ଟାଇଗର ଫୋର୍ସ (ଏଟିଟିଏଫ)ର ପ୍ରତିନିଧିଙ୍କ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବ
ଉଗ୍ରବାଦ, ହିଂସା ଏବଂ ସଂଘର୍ଷମୁକ୍ତ ବିକଶିତ ଉତ୍ତର-ପୂର୍ବାଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ସାକାର କରିବାକୁ ଗୃହ ମନ୍ତ୍ରଣାଳୟ ଅକ୍ଳାନ୍ତ ପରିଶ୍ରମ କରୁଛି
ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସରକାର ଉତ୍ତର-ପୂର୍ବାଞ୍ଚଳରେ ଶାନ୍ତି ଏବଂ ସମୃଦ୍ଧି ଆଣିବା ପାଇଁ ୧୨ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିଛନ୍ତି, ଏଥିମଧ୍ୟରେ ୩ଟି ତ୍ରିପୁରା ସହ ଜଡିତ
ମୋଦୀ ସରକାରଙ୍କ ଦ୍ୱାରା ଅନେକ ଚୁକ୍ତି ସ୍ୱାକ୍ଷରିତ ହେବା ଫଳରେ ପାଖାପାଖି ୧୦ ହଜାର ଲୋକ ଅସ୍ତ୍ର ତ୍ୟାଗ କରି ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
03 SEP 2024 4:52PM by PIB Bhubaneswar
କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଭାରତ ସରକାର, ତ୍ରିପୁରା ସରକାର ଏବଂ ନେସନାଲ ଲିବରେସନ ଫ୍ରଣ୍ଟ ଅଫ୍ ତ୍ରିପୁରା (ଏନଏଲଏଫଟି) ଏବଂ ଅଲ୍ ତ୍ରିପୁରା ଟାଇଗର ଫୋର୍ସ (ଏଟିଟିଏଫ)ର ପ୍ରତିନିଧିଙ୍କ ମଧ୍ୟରେ ବୁଧବାର, ୦୪ ସେପ୍ଟେମ୍ବର, ୨୦୨୪ରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବ । ବୁଝାମଣାପତ୍ର ସ୍ୱାକ୍ଷର ସମୟରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ପ୍ରଫେସର ଡକ୍ଟର ମାଣିକ ସାହା ଏବଂ ଗୃହ ମନ୍ତ୍ରଣାଳୟ ଓ ତ୍ରିପୁରା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ ।
ଉଗ୍ରବାଦ, ହିଂସା ଏବଂ ସଂଘର୍ଷମୁକ୍ତ ବିକଶିତ ଉତ୍ତର-ପୂର୍ବ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ସାକାର କରିବା ଲାଗି ଗୃହ ମନ୍ତ୍ରଣାଳୟ ଅକ୍ଳାନ୍ତ ପରିଶ୍ରମ କରୁଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସରକାର ଉତ୍ତର-ପୂର୍ବାଞ୍ଚଳରେ ଶାନ୍ତି ଏବଂ ସମୃଦ୍ଧି ଆଣିବା ପାଇଁ ୧୨ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିଛନ୍ତି, ଯେଉଁଥିରୁ ୩ଟି ତ୍ରିପୁରା ରାଜ୍ୟ ସହିତ ଜଡିତ । ମୋଦୀ ସରକାରଙ୍କ ଅନେକ ଚୁକ୍ତି ସ୍ୱାକ୍ଷରିତ ହେବା ଫଳରେ ପାଖାପାଖି ୧୦ ହଜାର ଲୋକ ଅସ୍ତ୍ର ତ୍ୟାଗ କରି ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି।
**********
P.S/Swadhin/Manoj
(ରିଲିଜ ଆଡି: 2051367)
ପରିଦର୍ଶକ କାଉଣ୍ଟର : 109
ଏହି ରିଲିଜ ପଢନ୍ତୁ :
Telugu
,
English
,
Urdu
,
Marathi
,
हिन्दी
,
Nepali
,
Bengali-TR
,
Assamese
,
Manipuri
,
Gujarati
,
Tamil
,
Kannada