ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନେପାଳର ତନହୁନ୍ରେ ହୋଇଥିବା ସଡକ ଦୁର୍ଘଟଣାରେ ଜୀବନ ହାନୀ ଯୋଗୁଁ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
23 AUG 2024 10:22PM by PIB Bhubaneswar
ନେପାଳର ତନହୁନ୍ ଜିଲ୍ଲାରେ ହୋଇଥିବା ସଡକ ଦୁର୍ଘଟଣାରେ ହୋଇଥିବା ଜୀବନ ହାନୀ ଯୋଗୁଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶୋକ ପ୍ରକାଶ କରିଛନ୍ତି । ସେ ଆଶ୍ୱାସନା ଦେଇଛନ୍ତି ଯେ, ଭାରତୀୟ ଦୂତାବାସ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବ ।
ଏକ୍ସର ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି;
“ନେପାଳର ତନହୁନ୍ ଜିଲ୍ଲାରେ ହୋଇଥିବା ସଡକ ଦୁର୍ଘଟଣାରେ ହୋଇଥିବା ଜୀବନ ହାନୀ ଯୋଗୁଁ ଦୁଃଖିତ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା । ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ। ପ୍ରଭାବିତ ଲୋକଙ୍କୁ ଭାରତୀୟ ଦୂତାବାସ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଉଛି ।”
SR
(ରିଲିଜ ଆଡି: 2048472)
ପରିଦର୍ଶକ କାଉଣ୍ଟର : 70
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam