ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଥମ ଜାତୀୟ ମହାକାଶ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

Posted On: 23 AUG 2024 9:39AM by PIB Bhubaneshwar

ପ୍ରଥମ ଜାତୀୟ ମହାକାଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ଏକ୍ସରେ ଏକ ବାର୍ତ୍ତା ସେୟାର କରି ପ୍ରଧାନମନ୍ତ୍ରୀ ମହାକାଶ କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ କୃତିତ୍ୱ ଗର୍ବର ବିଷୟ ବୋଲି କହି ଖୁସି ଜାହିର କରିଛନ୍ତି ।

“ପ୍ରଥମ ଜାତୀୟ ମହାକାଶ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା । ମହାକାଶ କ୍ଷେତ୍ରରେ ଆମର କୃତିତ୍ୱକୁ ଗର୍ବର ସହ ମନେ ପକାଉଛନ୍ତି । ଆମ ମହାକାଶ ବିଜ୍ଞାନୀମାନଙ୍କୁ ଅବଦାନକୁ ମଧ୍ୟ ଏହା ପ୍ରଶଂସା କରିବାର ସମୟ ।” ପ୍ରଧାନମନ୍ତ୍ରୀ କହିଛନ୍ତି ।

ମହାକାଶ କ୍ଷେତ୍ରରେ ଅଗ୍ରସର ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ପ୍ରଧାନମନ୍ତ୍ରୀ କହିଛନ୍ତି, “ଭବିଷ୍ୟତକୁ ଦୃଷ୍ଟିରେ ରଖି ଆମ ସରକାର ଅନେକ ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତ୍ତି ନେଇଛି ଏବଂ ଆଗାମୀ ଦିନରେ ଅନେକ କିଛି କାର୍ଯ୍ୟ କରାଯିବ ।”

SR



(Release ID: 2047984) Visitor Counter : 16