ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋହ୍ଲାପୁର ସ୍ମାରକୀ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

Posted On: 21 AUG 2024 11:56PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୱାର୍ସାସ୍ଥିତ କୋହ୍ଲାପୁର ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏହି ସ୍ମାରକୀ ଦ୍ବିତୀୟ ବିଶ୍ୱଯୁଦ୍ଧ ସମୟରେ ପୋଲାଣ୍ଡବାସୀଙ୍କୁ ପ୍ରଦାନ କରାଯାଇଥିବା କୋହ୍ଲାପୁର ରାଜ୍ୟର ଉଦାରତାକୁ ସମର୍ପିତ । କୋହ୍ଲାପୁରର ଭାଲିଭାଡେଠାରେ ସ୍ଥାପିତ ଏହି ଶିବିର ଯୁଦ୍ଧ ସମୟରେ ପୋଲାଣ୍ଡଲୋକଙ୍କୁ ଆଶ୍ରୟ ଦେଇଥିଲା। ଏହି ବସ୍ତିରେ ମହିଳା ଓ ଶିଶୁଙ୍କ ସମେତ ପାଖାପାଖି ୫୦୦୦ ପୋଲାଣ୍ଡ ଶରଣାର୍ଥୀ ରହୁଥିଲେ। ଏହି ସ୍ମାରକୀରେ ପ୍ରଧାନମନ୍ତ୍ରୀ କୋହ୍ଲାପୁର ଶିବିରରେ ରହୁଥିବା ପୋଲାଣ୍ଡ ଲୋକ ଏବଂ ସେମାନଙ୍କ ବଂଶଧରମାନଙ୍କୁ ଭେଟିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ସ୍ମାରକୀ ପରିଦର୍ଶନ ଭାରତ ଏବଂ ପୋଲାଣ୍ଡ ମଧ୍ୟରେ ଥିବା ଏକ ବିଶେଷ ଐତିହାସିକ ସମ୍ପର୍କ ଉପରେ ଆଲୋକପାତ କରେ ଏବଂ ଯାହାକୁ ପୋଷଣ ଏବଂ ପୋଷିତ କରାଯାଏ ।

 

HS



(Release ID: 2047536) Visitor Counter : 23