ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜୟନ୍ତୀ ଅବସରରେ ମହାରାଜ ବୀର ବିକ୍ରମ କିଶୋର ମାଣିକ୍ୟ ବାହାଦୂରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

Posted On: 19 AUG 2024 2:02PM by PIB Bhubaneshwar

ମହାରାଜ ବୀର ବିକ୍ରମ କିଶୋର ମାଣିକ୍ୟ ବାହାଦୂରଙ୍କୁ ଆଜି ତାଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ତ୍ରିପୁରାର ବିକାଶରେ ତାଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ତ୍ରିପୁରାର ବିକାଶ ପାଇଁ ମହାରାଜଙ୍କ ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ କରିବାକୁ ସରକାର ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରତିଶ୍ରୁତି ଦେଇଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ପ୍ରଧାନମନ୍ତ୍ରୀ ଏକ ପୋଷ୍ଟ କରି କହିଛନ୍ତି:

“ମହାନ୍ ମହାରାଜା ବୀର ବିକ୍ରମ କିଶୋର ମାଣିକ୍ୟ ବାହାଦୂରଙ୍କୁ ତାଙ୍କ ଜୟନ୍ତୀରେ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି । ତ୍ରିପୁରାର ବିକାଶରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଗରିବ ଓ ଦଳିତଙ୍କୁ ସଶକ୍ତ କରିବା ଦିଗରେ ସେ ତାଙ୍କର ଜୀବନକୁ ଉତ୍ସର୍ଗ କରିଥିଲେ । ଜନଜାତିଙ୍କ ବିକାଶ ଦିଗରେ ତାଙ୍କର କଲ୍ୟାଣମୂଳକ ପଦକ୍ଷେପକୁ ବହୁ ପ୍ରଶଂସା ମିଳିଥିଲା । ତ୍ରିପୁରାର ବିକାଶ ପାଇଁ ଥିବା ତାଙ୍କର ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ କରିବାକୁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ।”

SR



(Release ID: 2046671) Visitor Counter : 25