ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୭୮ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଥିବାରୁ ବିଶ୍ୱ ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ପୋଷ୍ଟ କରାଯିବା ଦିନାଙ୍କ: 15 AUG 2024 9:20PM by PIB Bhubaneswar

୭୮ତମ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ଓଅଭିନନ୍ଦନ ଜଣାଇଥିବାରୁ ବିଶ୍ୱ ନେତୃତ୍ୱଙ୍କୁଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦୀ ।

 

ଭୁଟାନ ପ୍ରଧାନମନ୍ତ୍ରୀଙ୍କ ଏକ ଟ୍ୱିଟ ର ଉତ୍ତରରେପ୍ରଧାନମନ୍ତ୍ରୀ କହିଛନ୍ତି:

“ସ୍ୱାଧୀନତା ଦିବସ ଶୁଭେଚ୍ଛା ପାଇଁ ଧନ୍ୟବାଦପ୍ରଧାନମନ୍ତ୍ରୀ ଶେରିଙ୍ଗ ଟୋବଗେ ।”

 

ନେପାଳ ପ୍ରଧାନମନ୍ତ୍ରୀଙ୍କ ଏକ ଟ୍ୱିଟ ର ଉତ୍ତରରେପ୍ରଧାନମନ୍ତ୍ରୀ କହିଛନ୍ତି:

“ସ୍ୱାଧୀନତା ଦିବସ ଶୁଭେଚ୍ଛା ପାଇଁ କୃତଜ୍ଞତାପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି । ଭାରତ ଓ ନେପାଳମଧ୍ୟରେ ଦୃଢ଼ ସମ୍ପର୍କ ପାଇଁ ଆପଣଙ୍କ ସହ ସମ୍ପୂର୍ଣ୍ଣସହମତ ।”

 

ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ଏକ ଟ୍ୱିଟ ର ଉତ୍ତରରେପ୍ରଧାନମନ୍ତ୍ରୀ କହିଛନ୍ତି:

“ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ପାଇଁଧନ୍ୟବାଦ, ରାଷ୍ଟ୍ରପତି ମହମ୍ମଦ ମୁଇଜୁ । ଭାରତମାଳଦ୍ୱୀପକୁ ଉତ୍ତମ ବନ୍ଧୁ ଭାବେ ବିବେଚନାକରିଥାଏ ଏବଂ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଦୁଇଦେଶ ସାଥୀ ହୋଇ କାମ କରିବା ଜାରି ରଖିବେ ।”

 

ଫ୍ରାନ୍ସର ରାଷ୍ଟ୍ରପତିଙ୍କ ଏକ ଟ୍ୱିଟ ର ଉତ୍ତରରେପ୍ରଧାନମନ୍ତ୍ରୀ କହିଛନ୍ତି:

“ଆମର ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛାପାଇଁ ମୋର ଉତ୍ତମ ବନ୍ଧୁ ରାଷ୍ଟ୍ରପତି ଇମାନୁଏଲମାକ୍ରନଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ମୁଁ କେବଳତାଙ୍କର ଭାରତ ଗସ୍ତ ନୁହେଁ, ଆମର ଭିନ୍ନ ଭିନ୍ନସମୟର ଭେଟକୁ ସ୍ମରଣ କରୁଛି, ଯାହାକିଭାରତ-ଫ୍ରାନ୍ସର ସହଯୋଗିତାକୁ ଦୃଢ଼ କରିଛି ।ବିଶ୍ୱର ମଙ୍ଗଳ ପାଇଁ ଆମେ ମିଳିତ ଭାବେ କାମକରିବା ଜାରି ରଖିବୁ ।”

 

ମରିସସ୍ ପ୍ରଧାନମନ୍ତ୍ରୀଙ୍କ ଏକ ଟ୍ୱିଟ ର ଉତ୍ତରରେପ୍ରଧାନମନ୍ତ୍ରୀ କହିଛନ୍ତି:

“ସ୍ୱାଧୀନତା ଦିବସର ଶୁଭେଚ୍ଛା ପାଇଁ ଧନ୍ୟବାଦପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥ । ଆମ ଦୁଇଦେଶର ବନ୍ଧୁତ୍ୱ ଅଧିକ ସୁଦୃଢ଼ ହେଉ ଏବଂ ବହୁମୁଖୀହେଉ ।”

 

ୟୁଏଇର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ରସିଦଙ୍କ ଏକପୋଷ୍ଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟକରିଛନ୍ତି:

“ଆପଣଙ୍କ ଶୁଭେଚ୍ଛା ପାଇଁ କୃତଜ୍ଞ@HHShkMohd । ଭାରତ ଓ ୟୁଏଇ ମଧ୍ୟରେସମ୍ପର୍କକୁ ଦୃଢ଼ କରିବା ଦିଗରେ ଆପଣଙ୍କପ୍ରତିବଦ୍ଧତା ପ୍ରଶଂସନୀୟ । ବିଗତ ବର୍ଷ ମାନଙ୍କରେଆମ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଆମେ ଜାରିରଖିବା ।”

ଇଟାଲିର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କସ୍ୱାଧୀନତା ଦିବସ ଶୁଭେଚ୍ଛାର ଉତ୍ତରରେପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ଆପଣଙ୍କ ସ୍ୱାଧୀନତା ଦିବସ ଶୁଭେଚ୍ଛା ପାଇଁ କୃତଜ୍ଞପ୍ରଧାନମନ୍ତ୍ରୀ @GiorgiaMeloni ।ଭାରତ-ଇଟାଲି ବନ୍ଧୁତ୍ୱ ଉତ୍ତମ ବିଶ୍ୱ ଗଠନ ଦିଗରେଏପରି ବଢ଼ି ଚାଲିଥାଉ ।”

 

ଭାରତର ସ୍ୱାଧୀନତା ଦିବସ ଅବସରରେ ଗୁୟାନାରରାଷ୍ଟ୍ରପତି ଡ. ଇରଫାନ୍ ଅଲ୍ଲୀଙ୍କ ଶୁଭେଚ୍ଛା ପାଇଁଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦୀ ।

ଡ. ଅଲ୍ଲୀଙ୍କୁ ଉତ୍ତର ଦେଇ ଶ୍ରୀ ମୋଦୀ ଏକ୍ସ ରେପୋଷ୍ଟ କରିଛନ୍ତି:

“ଧନ୍ୟବାଦ @presidentaligy ଆପଣଙ୍କଉଚ୍ଛ୍ୱସିତ ଶୁଭେଚ୍ଛା ପାଇଁ । ଆମ ଦେଶବାସୀଙ୍କବନ୍ଧୁତ୍ୱକୁ ଅଧିକ ସୁଦୃଢ଼ କରିବାକୁ ଭବିଷ୍ୟତରେଆପଣଙ୍କ ସହ କାମ କରିବାକୁ ଆଗ୍ରହ ରଖୁଛି ।”

SR


(ରିଲିଜ ଆଡି: 2046187) ପରିଦର୍ଶକ କାଉଣ୍ଟର : 112