ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସଏସଏଲଭି-ଡି୩ ର ସଫଳ ଉତକ୍ଷେପଣ ପାଇଁ ଇସ୍ରୋକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
Posted On:
16 AUG 2024 1:48PM by PIB Bhubaneshwar
ନୂତନ ସାଟେଲାଇଟ ଲଞ୍ଚ୍ ଭେଇକିଲ୍ (ଏସଏସଏଲଭି)-ଡି୩ ର ଆଜି ସଫଳ ଉତକ୍ଷେପଣ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି, ସ୍ୱଳ୍ପ ଖର୍ଚ୍ଚ ସାପେକ୍ଷ ଏସଏସଏଲଭି ମହାକାଶ ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଘରୋଇ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବ ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ଏକ ଅଭୂତ ମାଇଲଖୁଣ୍ଟ! ଏହି ସଫଳତା ପାଇଁ ଆମ ବୈଜ୍ଞାନିକମାନଙ୍କୁ ଓ ପ୍ରତିଷ୍ଠାନକୁ ଅଭିନନ୍ଦନ । ଏବେ ଭାରତର ଏକ ନୂତନ ଲଞ୍ଚ୍ ଭେଇକିଲ ଅଛଇ, ଯାହାକି ଅତ୍ୟନ୍ତ ଖୁସି ଓ ଗୌରବର କଥା । ଏହି ସ୍ୱଳ୍ପ ଖର୍ଚ୍ଚ ସାପେକ୍ଷ ଏସଏସଏଲଭି ମହାକାଶ ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଘରୋଇ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବ । @isro, @INSPACeIND, @NSIL_INDIA ଏବଂ ସମଗ୍ର ମହାକାଶ ଉଦ୍ୟୋଗକୁ ମୋର ଶୁଭେଚ୍ଛା ।”
SR
(Release ID: 2046178)
Visitor Counter : 53
Read this release in:
English
,
Urdu
,
Marathi
,
Hindi
,
Hindi_MP
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam