ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସଏସଏଲଭି-ଡି୩ ର ସଫଳ ଉତକ୍ଷେପଣ ପାଇଁ ଇସ୍ରୋକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପୋଷ୍ଟ କରାଯିବା ଦିନାଙ୍କ: 16 AUG 2024 1:48PM by PIB Bhubaneswar

 

ନୂତନ ସାଟେଲାଇଟ ଲଞ୍ଚ୍ ଭେଇକିଲ୍ (ଏସଏସଏଲଭି)-ଡି୩ ଆଜି ସଫଳ ଉତକ୍ଷେପଣ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଶ୍ରୀ ମୋଦୀ କହିଛନ୍ତି, ସ୍ୱଳ୍ପ ଖର୍ଚ୍ଚ ସାପେକ୍ଷ ଏସଏସଏଲଭି ମହାକାଶ ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଘରୋଇ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବ

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

ଏକ ଅଭୂତ ମାଇଲଖୁଣ୍ଟ! ଏହି ସଫଳତା ପାଇଁ ଆମ ବୈଜ୍ଞାନିକମାନଙ୍କୁ ପ୍ରତିଷ୍ଠାନକୁ ଅଭିନନ୍ଦନ ଏବେ ଭାରତର ଏକ ନୂତନ ଲଞ୍ଚ୍ ଭେଇକିଲ ଅଛଇ, ଯାହାକି ଅତ୍ୟନ୍ତ ଖୁସି ଗୌରବର କଥା ଏହି ସ୍ୱଳ୍ପ ଖର୍ଚ୍ଚ ସାପେକ୍ଷ ଏସଏସଏଲଭି ମହାକାଶ ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଘରୋଇ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବ @isro, @INSPACeIND, @NSIL_INDIA ଏବଂ ସମଗ୍ର ମହାକାଶ ଉଦ୍ୟୋଗକୁ ମୋର ଶୁଭେଚ୍ଛା

SR


(ରିଲିଜ ଆଡି: 2046178) ପରିଦର୍ଶକ କାଉଣ୍ଟର : 67