ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜୟନ୍ତୀ ଅବସରରେ ଶ୍ରୀ ଅରବିନ୍ଦୋଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 15 AUG 2024 11:43AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ମହାନ ଦାର୍ଶନିକ, ଚିନ୍ତକ ତଥା ଆଧ୍ୟାତ୍ମିକ ନେତା ଶ୍ରୀ ଅରବିନ୍ଦୋଙ୍କୁ ତାଙ୍କର ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟରେ ଶ୍ରୀ ଅରବିନ୍ଦୋଙ୍କ ଚିରନ୍ତନ ପରମ୍ପରା ଏବଂ ଭାରତର ଜାତୀୟ ଜାଗୃତି ଉପରେ ତାଙ୍କର ଗଭୀର ପ୍ରଭାବ ଉପରେ ଆଲୋକପାତ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ତାଙ୍କ ଶ୍ରଦ୍ଧାଞ୍ଜଳିରେ କହିଛନ୍ତି, “ଶ୍ରୀ ଅରବିନ୍ଦୋଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି । ତାଙ୍କୁ ଜଣେ ଉଲ୍ଲେଖନୀୟ ଦାର୍ଶନିକ, ଚିନ୍ତକ ତଥା ଆଧ୍ୟାତ୍ମିକ ନେତା ଭାବରେ ସ୍ମରଣ କରାଯାଇଥାଏ । ଜାତୀୟ ଜାଗୃତି ଉପରେ ତାଙ୍କର ଗୁରୁତ୍ୱ ସମସ୍ତ ପିଢ଼ୀଙ୍କୁ ପ୍ରେରଣା ଯୋଗାଇଆସୁଛି । ସେ ଯେଉଁ ଭାରତର ପରିକଳ୍ପନା କରିଥିଲେ, ଆମେ ତାହାକୁ ସାକାର କରିବାକୁ ପ୍ରତିବଦ୍ଧ ।”

 

SR


(ରିଲିଜ ଆଡି: 2045687) ପରିଦର୍ଶକ କାଉଣ୍ଟର : 99