ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅରୁଣାଚଳ ପ୍ରଦେଶର ଦେଶପ୍ରେମ ରାଜ୍ୟର ସାଂସ୍କୃତିକ ଐତିହ୍ୟରେ ପ୍ରତିଫଳିତ ହୋଇଛି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Posted On: 13 AUG 2024 4:35PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅରୁଣାଚଳ ପ୍ରଦେଶର ପୂର୍ବ କାମେଙ୍ଗ୍‌ର ସେପ୍ପାଠରେ #ହର୍‌ଘର୍‌ତ୍ରିରଙ୍ଗା ଯାତ୍ରା ଉପରେ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଥିଲେ ଯେ, ଅରୁଣାଚଳ ପ୍ରଦେଶର ସାଂସ୍କୃତିକ ଐତିହ୍ୟରେ ଦେଶପ୍ରେମ ଭାବ ସ୍ପଷ୍ଟ ଭାବରେ ପ୍ରତିଫଳିତ ହୋଇଛି ।

ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ପେମା ଖାଣ୍ଡୁଙ୍କ ଦ୍ୱାରା ଏକ୍ସରେ ପୋଷ୍ଟ କରାଯାଇଥିବା ଏକ ଭିଡିଓ ଉପରେ ମନ୍ତବ୍ୟ ଦେଇ ଶ୍ରୀ ମୋଦୀ ଲେଖିଛନ୍ତି ;

“ଅରୁଣାଚଳ ପ୍ରଦେଶ ହେଉଛି ଏପରି ଏକ ଭୂମି ଯେଉଁଠାରେ ପ୍ରତ୍ୟେକ ନାଗରିକଙ୍କ ହୃଦୟରେ ଦେଶପ୍ରେମ ଭରି ରହିଛି । ଏହା ରାଜ୍ୟର ସାଂସ୍କୃତିକ ଐତିହ୍ୟରେ ସ୍ପଷ୍ଟ ଭାବରେ ପ୍ରତିଫଳିତ ହୋଇଛି ।”

 

SR      



(Release ID: 2045065) Visitor Counter : 13