ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ ହୋଇଥିବାରୁ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 06 AUG 2024 5:29PM by PIB Bhubaneswar

ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନ ‘କମ୍ପାନିଅନ ଅଫ ଦ ଅର୍ଡର ଅଫ୍ ଫିଜି’ ରେ ସମ୍ମାନିତ ହୋଇଛନ୍ତି ।

ଏଥିପାଇଁ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ୍ସ ରେ ପୋଷ୍ଟ କରିଛନ୍ତି:

“ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନ କମ୍ପାନିଅନ ଅଫ ଦ ଅର୍ଡର ଅଫ୍ ଫିଜିରେ ସମ୍ମାନିତ ହୋଇଥିବାରୁ ରାଷ୍ଟ୍ରପତିଜୀ ଙ୍କୁ ଶୁଭେଚ୍ଛା । ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ମୁହୂର୍ତ୍ତ । ଏହା ମଧ୍ୟ ରାଷ୍ଟ୍ରପତି ଜୀଙ୍କ ନେତୃତ୍ୱକୁ ପ୍ରଶଂସା ଏବଂ ଭାରତ ଓ ଫିଜିର ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କର ପ୍ରମାଣ ।” 

SR


(ରିଲିଜ ଆଡି: 2042391) ପରିଦର୍ଶକ କାଉଣ୍ଟର : 85