ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ ହୋଇଥିବାରୁ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 06 AUG 2024 5:29PM by PIB Bhubaneswar

ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନକମ୍ପାନିଅନ ଅଫ ଅର୍ଡର ଅଫ୍ ଫିଜିରେ ସମ୍ମାନିତ ହୋଇଛନ୍ତି

ଏଥିପାଇଁ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ୍ସ ରେ ପୋଷ୍ଟ କରିଛନ୍ତି:

ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନ କମ୍ପାନିଅନ ଅଫ ଅର୍ଡର ଅଫ୍ ଫିଜିରେ ସମ୍ମାନିତ ହୋଇଥିବାରୁ ରାଷ୍ଟ୍ରପତିଜୀ ଙ୍କୁ ଶୁଭେଚ୍ଛା ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଅତ୍ୟନ୍ତ ଗର୍ବ ଗୌରବର ମୁହୂର୍ତ୍ତ ଏହା ମଧ୍ୟ ରାଷ୍ଟ୍ରପତି ଜୀଙ୍କ ନେତୃତ୍ୱକୁ ପ୍ରଶଂସା ଏବଂ ଭାରତ ଫିଜିର ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କର ପ୍ରମାଣ ” 

SR


(ରିଲିଜ ଆଡି: 2042391) ପରିଦର୍ଶକ କାଉଣ୍ଟର : 79