ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବ୍ରୋଞ୍ଜ ପଦକ ଜିତିଥିବାରୁ ମନୁ ଭାକର ଓ ସରବଜୋତ ସିଂହଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

Posted On: 30 JUL 2024 1:38PM by PIB Bhubaneshwar

୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଖେଳରେ ବ୍ରୋଞ୍ଜ ପଦକ ହାସଲ କରିଥିବାରୁ ଭାରତୀୟ ସୁଟର ମନୁ ଭାକର ଓ ସରବଜୋତ ସିଂହଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି;

“ଆମ ସୁଟର ମାନେ କ୍ରମାଗତ ଭାବେ ଆମକୁ ଗର୍ବିତ କରିଛନ୍ତି!

 @realmanubhaker ଏବଂ ସରବଜୋତ ସିଂହଙ୍କୁ #Olympics ରେ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍ ଖେଳରେ ବ୍ରୋଞ୍ଜ ପଦକ ହାସଲ ପାଇଁ ଅଭିନନ୍ଦନ । ସେମାନେ ଉଭୟ ଅସାଧାରଣ ଦକ୍ଷତା ଏବଂ ଦଳଗତ ମନୋଭାବର ପ୍ରଦର୍ଶନ କରିଛନ୍ତି । ଭାରତ ଅତ୍ୟନ୍ତ ପ୍ରସନ୍ନ ହୋଇଛି ।

ମନୁଙ୍କ ପାଇଁ ଏହା କ୍ରମାଗତ ଦ୍ୱିତୀୟ ଅଲିମ୍ପିକ୍ସ ପଦକ,ସ୍ଥିରତା ଏବଂ ଆସାଧାରଣ ଉତ୍ସର୍ଗୀକୃତ ମନୋଭାବର ପ୍ରଦର୍ଶନ । #Cheer4Bharat”

SR



(Release ID: 2039033) Visitor Counter : 51