ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

# MyGov ୧୦ ବର୍ଷରେ: ଉତ୍ତମ ପ୍ରଶାସନ ପାଇଁ ଜୀବନ୍ତ ମଞ୍ଚ ଭାବେ

Posted On: 26 JUL 2024 6:50PM by PIB Bhubaneshwar


୧୦ ବର୍ଷ ପୂରଣ କରିଥିବା MyGov ପ୍ଳାଟଫର୍ମକୁ ଉତ୍ତମ ପ୍ରଶାସନ ପାଇଁ ଜୀବନ୍ତ ମଞ୍ଚ ଭାବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।
MyGov କୁ ନିଜର ମୂଲ୍ୟବାନ ଅନ୍ତର୍ଦୃଷ୍ଟି ଓ ତଥ୍ୟ ଦ୍ୱାରା ସମୃଦ୍ଧ କରିଥିବା ବ୍ୟକ୍ତିମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ଆଜି ଆମେ #10 YearsOfMyGov ରେ ପହଞ୍ଛିଛୁ । ଏହି ପ୍ଲାଟଫର୍ମକୁ ନିଜର ମୂଲ୍ୟବାନ ଅନ୍ତର୍ଦୃଷ୍ଟି ଏବଂ ତଥ୍ୟ ଦ୍ୱାରା ସମୃଦ୍ଧ କରିଥିବା ମୁଁ ଧନ୍ୟବାଦ ଜଣାଉଛି । ବିଗତ ଏକ ଦଶନ୍ଧିରେ MyGov ଉତ୍ତମ ପ୍ରଶାସନ ଏବଂ ଅଂଶୀଦାରତ୍ୱ ପାଇଁ ଏକ ଜୀବନ୍ତ ପ୍ଲାଟଫର୍ମ ହୋଇଛି ।” 
SR



(Release ID: 2037971) Visitor Counter : 8