ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
୨୫ତମ କାର୍ଗିଲ ବିଜୟ ଦିବସ ଅବସରରେ ୨୬ ଜୁଲାଇରେ କାର୍ଗିଲ ପରିଦର୍ଶନରେ ଯିବେ ପ୍ରଧାନମନ୍ତ୍ରୀ
ସିଙ୍କୁନ୍ ଲା ଟନେଲ୍ ପ୍ରକଳ୍ପର ପ୍ରଥମ ବିସ୍ଫୋରଣ କରିବେ
ଯେକୌଣସି ପାଣିପାଗ ସମୟରେ ମଧ୍ୟ ଲେହକୁ ଯୋଗାଯୋଗ ସମ୍ଭବ ହେବ
ନିର୍ମାଣ କାର୍ଯ୍ୟ ଶେଷ ହେଲେ ବିଶ୍ୱର ସର୍ବୋଚ୍ଚ ଟନେଲ୍ ହେବ
ପୋଷ୍ଟ କରାଯିବା ଦିନାଙ୍କ:
25 JUL 2024 10:28AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ୨୬ ଜୁଲାଇ ୨୦୨୪ ରେ ୨୫ତମ କାର୍ଗିଲ ବିଜୟ ଦିବସ ଅବସରରେ ସକାଳ ପ୍ରାୟ ୯:୨୦ ସମୟରେ କାର୍ଗିଲ ଯୁଦ୍ଧ ମେମୋରିଆଲ୍ ପରିଦର୍ଶନ କରିବେ ଏବଂ ନିଜର କର୍ତ୍ତବ୍ୟର ପାଳନ କରିବା ସମୟରେ ସର୍ବୋଚ୍ଚ ବଳିଦାନ ଦେଇଥିବା ସାହସୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ପ୍ରଧାନମନ୍ତ୍ରୀ ମଧ୍ୟ ସିଙ୍କୁନ୍ ଲା ଟନେଲ୍ ପ୍ରକଳ୍ପର ପ୍ରଥମ ବିସ୍ଫୋରଣ କରିବେ ।
ସିଙ୍କୁନ୍ ଲା ଟନେଲ୍ ପ୍ରକଳ୍ପରେ ୪.୧ କିମି ଦୂରତାର ଟ୍ୱିନ୍-ଟ୍ୟୁବ୍ ଟନେଲ୍ ରହିଛି, ଯାହା ନିମୁ-ପାଦମ୍–ଡାର୍ଚା ରାସ୍ତା ଉପରେ ପ୍ରାୟ ୧୫,୮୦୦ ଫୁଟ ଉଚ୍ଚରେ ନିର୍ମାଣ ହେବ । ଲେହକୁ ଯେକୌଣସି ପାଣିପାଗ ସମୟରେ ମଧ୍ୟ ଯୋଗାଯୋଗ ସୁବିଧା ଉପଲବ୍ଧ କରାଇବା ପାଇଁ ଏହି ପ୍ରକଳ୍ପ ତିଆରି ହେବ । ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଏହା ବିଶ୍ୱର ସର୍ବୋଚ୍ଚ ଟନେଲ୍ ହେବ। ସିଙ୍କୁନ୍ ଲା ଟନେଲ୍ କେବଳ ଆମର ସଶସ୍ତ୍ର ବାହିନୀ ଏବଂ ଯନ୍ତ୍ରପାତିର ଦୃତ ଏବଂ ଦକ୍ଷ ଗତିକୁ ସୁନିଶ୍ଚିତ କରିବ ନାହିଁ ବରଂ ଲଦାଖରେ ଅର୍ଥନୈତିକ ଓ ସାମାଜିକ ବିକାଶରେ ମଧ୍ୟ ସହାୟକ ହେବ ।
SR
(ରିଲିଜ ଆଡି: 2036725)
ପରିଦର୍ଶକ କାଉଣ୍ଟର : 123
ଏହି ରିଲିଜ ପଢନ୍ତୁ :
Marathi
,
Kannada
,
हिन्दी
,
Hindi_MP
,
Punjabi
,
Tamil
,
Malayalam
,
Assamese
,
Bengali
,
English
,
Urdu
,
Manipuri
,
Gujarati
,
Telugu