ଅର୍ଥ ମନ୍ତ୍ରଣାଳୟ
ନୂଆ ଟିକସ ବ୍ୟବସ୍ଥାକୁ ଅଧିକ ଆକର୍ଷଣୀୟ କଲେ ସରକାର
ଷ୍ଟାଣ୍ଡାର୍ଡ ଡିଡକ୍ସନ ୫୦,୦୦୦ ଟଙ୍କାରୁ ୭୫,୦୦୦ ଟଙ୍କାକୁ ବୃଦ୍ଧି
୧୭,୫୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିବେ ବେତନଭୋଗୀ କର୍ମଚାରୀ
प्रविष्टि तिथि:
23 JUL 2024 1:14PM by PIB Bhubaneshwar
କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବା ଅବସରରେ ନୂଆ ଟିକସ ବ୍ୟବସ୍ଥାକୁ ଚୟନ କରୁଥିବା ବେତନଭୋଗୀ ବ୍ୟକ୍ତି ଏବଂ ପେନସନଭୋଗୀମାନଙ୍କୁ ଟିକସ ରିହାତି ପ୍ରଦାନ କରିବା ପାଇଁ ଅନେକ ଆକର୍ଷଣୀୟ ସୁବିଧା ଘୋଷଣା କରିଛନ୍ତି।
ବେତନଭୋଗୀ କର୍ମଚାରୀଙ୍କ ଷ୍ଟାଣ୍ଡାର୍ଡ ଡିଡକ୍ସନ ୫୦ ହଜାର ଟଙ୍କାରୁ ୭୫ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ସେହିପରି ପେନସନଭୋଗୀଙ୍କ ପାଇଁ ପାରିବାରିକ ପେନସନ ଉପରେ ଛାଡକୁ ୧୫,୦୦୦ ଟଙ୍କାରୁ ୨୫,୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହାଦ୍ୱାରା ପାଖାପାଖି ୪ କୋଟି ବେତନଭୋଗୀ ବ୍ୟକ୍ତି ଓ ପେନସନଭୋଗୀଙ୍କୁ ଆଶ୍ୱସ୍ତି ମିଳିବ ।
ଶ୍ରୀମତୀ ସୀତାରମଣ ନୂତନ ଟିକସ ବ୍ୟବସ୍ଥାରେ ଟିକସ ହାର ଢାଞ୍ଚାକୁ ନିମ୍ନଲିଖିତ ଭାବରେ ସଂଶୋଧନ କରିବାକୁ ପ୍ରସ୍ତାବ ଦେଇଛନ୍ତି:

ଏହି ପରିବର୍ତ୍ତନ ଫଳରେ ନୂଆ ଟିକସ ବ୍ୟବସ୍ଥାରେ ଜଣେ ବେତନଭୋଗୀ କର୍ମଚାରୀ ବାର୍ଷିକ ୧୭,୫୦୦ ଟଙ୍କା ପର୍ଯ୍ୟନ୍ତ ଆୟକର ସଞ୍ଚୟ କରିପାରିବେ।
PS/Swadhin/PIB Bhubaneswar
(रिलीज़ आईडी: 2035732)
आगंतुक पटल : 200
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Hindi_MP
,
Marathi
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam