ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ୟୁରୋପୀୟ କମିଶନର ଅଧ୍ୟକ୍ଷ ଭାବେ ପୁନଃନିର୍ବାଚିତ ହୋଇଥିବାରୁ ଉର୍ସୁଲା ଭନ୍ ଡେର୍ ଲେୟେନ୍‌ଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 19 JUL 2024 11:48AM by PIB Bhubaneshwar

ୟୁରୋପୀୟ କମିଶନର ଅଧ୍ୟକ୍ଷ ଭାବେ ପୁନଃନିର୍ବାଚିତ ହୋଇଥିବାରୁ ଉର୍ସୁଲା ଭନ୍ ଡେର୍ ଲେୟେନ୍‌ଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଭିନନ୍ଦନ ଜଣାଇଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି ଯେ, ଭାରତୀୟ ଏବଂ ୟୁରୋପୀୟ ୟୁନିଅନ୍‌ର ରଣନୀତିକ ଭାଗିଦାରୀକୁ ମଜବୁତ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ଆଗ୍ରହୀ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ;

“ୟୁରୋପୀୟ କମିଶନର ଅଧ୍ୟକ୍ଷ ଭାବେ ପୁନଃନିର୍ବାଚିତ ହୋଇଥିବାରୁ ଭନ୍ ଡେର୍ ଲେୟେନ୍ ଆପଣଙ୍କୁ ଅଭିନନ୍ଦନ । ବିଶ୍ୱର ହିତ ପାଇଁ ରଣନୀତିକ ଭାଗିଦାରୀକୁ ମଜବୁତ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଆଗ୍ରହୀ ।”

 

SR     



(Release ID: 2034313) Visitor Counter : 10