ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ୧୮ ଜୁଲାଇ, ୨୦୨୪ ଗୁରୁବାର ନୂଆଦିଲ୍ଲୀରେ ଏନସିଓଆରଡିର ସପ୍ତମ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ



ଗୃହମନ୍ତ୍ରୀ ଶ୍ରୀନଗରରେ ଜାତୀୟ ନିଶା ନିବାରଣ ହେଲ୍ପଲାଇନ୍ ‘ମାନସ’ର ଶୁଭାରମ୍ଭ କରିବା ସହ ଏନସିବି ଜୋନାଲ୍ ଅଫିସ୍ କୁ ଉଦଘାଟନ କରିବେ

ଶ୍ରୀ ଅମିତ ଶାହ ଏନସିବି ‘ବାର୍ଷିକ ରିପୋର୍ଟ ୨୦୨୩’ ଏବଂ ‘ନଶା ମୁକ୍ତ ଭାରତ’ ଉପରେ ଏକ ସଂକଳନ ମଧ୍ୟ ଜାରି କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ନିଶା କାରବାର କୁ ରୋକିବା ପାଇଁ ନିଶା ବିରୋଧରେ ‘ଶୂନ୍ୟ ସହନଶୀଳତା ନୀତି’ ଗ୍ରହଣ କରିଛନ୍ତି

୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିଶାମୁକ୍ତ ଭାରତର ଲକ୍ଷ୍ୟକୁ ୩ ସୂତ୍ରୀ ରଣନୀତି ମାଧ୍ୟମରେ ହାସଲ କରିବ ଗୃହ ମନ୍ତ୍ରଣାଳୟ - ସଂସ୍ଥାଗତ ଢାଞ୍ଚାକୁ ସୁଦୃଢ଼ କରିବା, ସମସ୍ତ ନାର୍କୋ ଏଜେନ୍ସି ମଧ୍ୟରେ ସମନ୍ୱୟ ଏବଂ ବ୍ୟାପକ ଜନସଚେତନତା ଅଭିଯାନକୁ ତ୍ୱରାନ୍ୱିତ କରାଯିବ

Posted On: 15 JUL 2024 6:01PM by PIB Bhubaneshwar

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଆସନ୍ତା ଜୁଲାଇ ୧୮, ୨୦୨୪, ଗୁରୁବାର ଦିନ ନୂଆଦିଲ୍ଲୀରେ ନାର୍କୋ-ସମନ୍ୱୟ କେନ୍ଦ୍ର (ଏନସିଓଆରଡି)ର ସପ୍ତମ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହେବ । ଗୃହମନ୍ତ୍ରୀ ଶ୍ରୀନଗରରେ ଜାତୀୟ ନିଶା ନିବାରଣ ହେଲ୍ପଲାଇନ୍‌ ମାନସ’ (ମାଦକ ପଦାର୍ଥ ନିଷେଧ ଅସୁଚନା କେନ୍ଦ୍ର)ର ଶୁଭାରମ୍ଭ କରିବା ସହ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ଜୋନାଲ କାର୍ଯ୍ୟାଳୟକୁ ଉଦଘାଟନ କରିବେ। ଶ୍ରୀ ଅମିତ ଶାହ ଏନସିବି ବାର୍ଷିକ ରିପୋର୍ଟ ୨୦୨୩ଏବଂ ନଶା ମୁକ୍ତ ଭାରତଉପରେ ସଂକଳନ ମଧ୍ୟ ଜାରି କରିବେ। ଭାରତରେ ନିଶା ଦ୍ରବ୍ୟ ଚୋରା ଚାଲାଣ ଏବଂ ଅପବ୍ୟବହାରର ମୁକାବିଲାରେ ନିୟୋଜିତ ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରୀ ଏଜେନ୍ସିଗୁଡିକର ପ୍ରୟାସକୁ ସମନ୍ୱୟ ଏବଂ ସଂଯୋଜନ କରିବା ଏହି ବୈଠକର ଉଦ୍ଦେଶ୍ୟ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ନିଶା କାରବାର କୁ ରୋକିବା ପାଇଁ ଶୂନ୍ୟ ସହନଶୀଳତା ନୀତିଗ୍ରହଣ କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିଶାମୁକ୍ତ ଭାରତର ଲକ୍ଷ୍ୟକୁ ଏକ ୩ ସୂତ୍ରୀ ରଣନୀତି ମାଧ୍ୟମରେ ହାସଲ କରିବ । ଏହି ରଣନୀତିଗୁଡ଼ିକ ହେଲା ସଂସ୍ଥାଗତ ଢାଞ୍ଚାକୁ ସୁଦୃଢ଼ କରିବା, ସମସ୍ତ ନାର୍କୋ ଏଜେନ୍ସି ମଧ୍ୟରେ ସମନ୍ୱୟ ଏବଂ ବ୍ୟାପକ ଜନସଚେତନତା ଅଭିଯାନକୁ ତ୍ୱରାନ୍ୱିତ କରିବା ।

ଏହି ରଣନୀତିର ଏକ ଅଂଶବିଶେଷ ଭାବରେ ଅନେକ ପଦକ୍ଷେପ ନିଆଯାଇଛି ଯାହା ମଧ୍ୟରେ ରହିଛି:

  • ନିୟମିତ ଭାବେ ଚାରିସ୍ତରୀୟ ବ୍ୟବସ୍ଥାର ସମସ୍ତ ସ୍ତରରେ ସମସ୍ତ ଅଂଶୀଦାରଙ୍କ ଏନସିଓଆରଡି ବୈଠକ ଆୟୋଜନ କରିବା ।
  • କାର୍ଯ୍ୟକଳାପ ଏବଂ ସର୍ବୋତ୍ତମ ଅଭ୍ୟାସଗୁଡିକର ବିନିମୟ ପାଇଁ ଏକ ଉତ୍ସର୍ଗୀକୃତ କେନ୍ଦ୍ରୀକୃତ ଏନସିଓଆରଡି ପୋର୍ଟାଲର ଶୁଭାରମ୍ଭ ।
  • ଅନ୍ୟାନ୍ୟ ଅପରାଧ ଏବଂ ଆନ୍ତର୍ଜାତିକ ପ୍ରଭାବ ସହିତ ସମ୍ପର୍କ ଥିବା ନିର୍ଦ୍ଦିଷ୍ଟ ବୃହତ ମାମଲାର ପରିଚାଳନାଗତ ମାମଲାରେ ସମନ୍ୱୟ ପାଇଁ ଏକ ଯୁଗ୍ମ ସମନ୍ୱୟ କମିଟି ଗଠନ।
  • ପ୍ରତ୍ୟେକ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଏକ ଉତ୍ସର୍ଗୀକୃତ ଆଣ୍ଟି ନାର୍କୋଟିକ୍ସ ଟାସ୍କ ଫୋର୍ସ (ଏଏନଟିଏଫ୍) ପ୍ରତିଷ୍ଠା।
  • ଡ୍ରଗ୍ସ ନିଷ୍କାସନ ଅଭିଯାନକୁ ଅଧିକ ପ୍ରାଥମିକତା ।
  • ନାର୍କୋ ଅପରାଧୀଙ୍କ ପାଇଁ ନିଦାନ ପୋର୍ଟାଲର ଶୁଭାରମ୍ଭ ।
  • ଔଷଧ ଚିହ୍ନଟ ପାଇଁ ଶ୍ୱାନ ଦଳ ଗଠନ ।
  • ଫରେନସିକ୍ କ୍ଷମତାକୁ ସୁଦୃଢ଼ କରିବା।
  • ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟ ଓ ଫାଷ୍ଟଟ୍ରାକ୍ କୋର୍ଟ ପ୍ରତିଷ୍ଠା।
  • ନିଶା ନିବାରଣ ବିରୋଧରେ ସଚେତନତା ସୃଷ୍ଟି ପାଇଁ ନଶା ମୁକ୍ତ ଭାରତ ଅଭିଯାନ

ରାଜ୍ୟ ଏବଂ ଗୃହ ମନ୍ତ୍ରଣାଳୟ ମଧ୍ୟରେ ଉତ୍ତମ ସମନ୍ୱୟ ପାଇଁ ୨୦୧୬ରେ ଏନସିଓଆରଡି ବ୍ୟବସ୍ଥା ଗଠନ କରାଯାଇଥିଲା । ୨୦୧୯ରେ ଏକ ଚାରିସ୍ତରୀୟ ବ୍ୟବସ୍ଥା ମାଧ୍ୟମରେ ଏହାକୁ ଆହୁରି ସୁଦୃଢ଼ କରାଯାଇଛି। ଏହାର ଏକ ସର୍ବୋଚ୍ଚ ସ୍ତରୀୟ କମିଟି ରହିଛି ଯାହାର ନେତୃତ୍ୱ କେନ୍ଦ୍ର ଗୃହ ସଚିବ ନେବେ, କାର୍ଯ୍ୟନିର୍ବାହୀ ସ୍ତରୀୟ ଏନସିଓଆରଡି କମିଟିର ନେତୃତ୍ୱ ଗୃହ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ନେବେ, ରାଜ୍ୟସ୍ତରୀୟ ଏନସିଓଆରଡି କମିଟିରେ ମୁଖ୍ୟ ଶାସନ ସଚିବ ନେତୃତ୍ୱ ନେବେ ତଥା ଜିଲ୍ଲାସ୍ତରୀୟ ଏନସିଓଆରଡି କମିଟିରେ ଜିଲ୍ଲାପାଳ ନେତୃତ୍ୱ ନେବେ ।

*********

P.S.

 



(Release ID: 2033520) Visitor Counter : 19