ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅଷ୍ଟ୍ରୀୟ ଇଣ୍ଡୋଲୋଜିଷ୍ଟଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

Posted On: 10 JUL 2024 9:47PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୪ ଜଣ ଅଗ୍ରଣୀ ଅଷ୍ଟ୍ରୀୟ ଇଣ୍ଡୋଲୋଜିଷ୍ଟ (ଭାରତୀୟ ଭାଷା, ସାହିତ୍ୟ ଓ ସଂସ୍କୃତି ଗବେଷକ) ଏବଂ ଭାରତୀୟ ଇତିହାସ ଓ ବିଚାରଧାରାର ବିଦ୍ୱାନଙ୍କୁ ଭେଟିଛନ୍ତି । ସେ ବୌଦ୍ଧ ଦର୍ଶନର ପଣ୍ଡିତ ତଥା ଭାଷାବିତ୍ ଡକ୍ଟର ବିର୍ଗିତ କେଲନର; ଆଧୁନିକ ଦକ୍ଷିଣ ଏସିଆର ପଣ୍ଡିତ ପ୍ରଫେସର ମାର୍ଟିନ ଗେନ୍ସଜଲ; ଭିଏନା ବିଶ୍ୱବିଦ୍ୟାଳୟର ଦକ୍ଷିଣ ଏସୀୟ ଅଧ୍ୟୟନ ବିଭାଗର ପ୍ରଫେସର ଡ. ବୋରାୟିନ୍ ଲାରିଓସ୍; ଏବଂ ଭିଏନା ବିଶ୍ୱବିଦ୍ୟାଳୟର ଇଣ୍ଡୋଲୋଜି ବିଭାଗର ମୁଖ୍ୟ ଡ. କାରିନ୍ ପ୍ରିସେଣ୍ଡାଞ୍ଜଙ୍କ ସହ କଥାବାର୍ତ୍ତା କରିଥିଲେ।

ଭାରତୀୟ ଇତିହାସ, ଦର୍ଶନ, କଳା ଓ ସଂସ୍କୃତିର ବିଭିନ୍ନ ଦିଗ ଉପରେ ପ୍ରଧାନମନ୍ତ୍ରୀ ଏହି ବିଦ୍ୱାନ ତଥା ଗବେଷକମାନଙ୍କ ସହ ମତ ବିନିମୟ କରିଥିଲେ । ସେ ଅଷ୍ଟ୍ରିଆରେ ଇଣ୍ଡୋଲୋଜିର ଉତ୍ପତି ଏବଂ ବୌଦ୍ଧିକ ଅନୁସନ୍ଧିତ୍ସା ଓ ପାଣ୍ଡିତ୍ୟ ଉପରେ ଏହାର ପ୍ରଭାବ ବିଷୟରେ ପଚାରି ବୁଝିଥିଲେ । ଗବେଷକମାନେ ମତ ବିନିମୟ କାଳରେ ଭାରତ ସହ ସେମାନଙ୍କର ଶିକ୍ଷାଗତ ଗବେଷଣାଭିତ୍ତିକ ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ ।

 

*******

P.S.



(Release ID: 2032292) Visitor Counter : 13