ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

‘ଡକ୍ଟର୍ସ ଡେ’ରେ ଡାକ୍ତରମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 01 JUL 2024 9:45AM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ଡକ୍ଟର୍ସ ଡେ’ ଅବସରରେ ସମସ୍ତ ଡାକ୍ତରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ସରକାର ପ୍ରତିବଦ୍ଧ । ଏଥିସହ ଡାକ୍ତରମାନେ କିପରି ଉପଯୁକ୍ତ ସମ୍ମାନ ପାଇବେ ତାହା ମଧ୍ୟ ସରକାର ନିଶ୍ଚିତ କରିବେ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଡାକ୍ତର ଦିବସରେ ଶୁଭେଚ୍ଛା । ଆମର ସ୍ୱାସ୍ଥ୍ୟସେବା ହିରୋମାନଙ୍କର ଅବିଶ୍ୱାସନୀୟ ଉତ୍ସର୍ଗୀକୃତ ଏବଂ କରୁଣାକୁ ସମ୍ମାନିତ କରିବାର ଏହା ଏକ ଦିନ । ସେମାନେ ଚମତ୍କାର କୌଶଳ ସହ ସବୁଠାରୁ ଜଟିଳ ଆହ୍ୱାନଗୁଡିକର ପରିଚାଳନା କରିପାରିବେ । ଆମ ସରକାର ଭାରତର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିରେ ଉନ୍ନତି ଆଣିବା ସହ ଡାକ୍ତରମାନେ ପାଇବାକୁ ହକ୍‌ଦାର ଥିବା ସମ୍ମାନ ସେମାନଙ୍କୁ କିପରି ଦିଆଯିବ ତାହା ନିଶ୍ଚିତ କରିବାକୁ ପ୍ରତିବଦ୍ଧ ।”

SR



(Release ID: 2029948) Visitor Counter : 6