ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମନ କୀ ବାତ୍‌ କାର୍ଯ୍ୟକ୍ରମର ଜୁନ୍‌ ୨୦୨୪ ଅଧ୍ୟାୟ ପାଇଁ ବିଚାର ଓ ମତାମତ ଆହ୍ବାନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

Posted On: 18 JUN 2024 3:18PM by PIB Bhubaneshwar

ନିର୍ବାଚନ ପାଇଁ ବନ୍ଦ ରହିଥିବା ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମର ଆଗାମୀ ଅଧ୍ୟାୟ ଖୁବ୍‌ଶୀଘ୍ର ପ୍ରସାରଣ ହେବାକୁ ଯାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟସ୍ତ କରିଛନ୍ତି । ଆକାଶବାଣୀରେ  ଆସନ୍ତା ୩୦ ଜୁନ୍‌ ରବିବାର ଦିନ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମର ପ୍ରସାରଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ମନ୍‌ କୀ ବାତ୍‌ର ୧୧୧ତମ ଅଧ୍ୟାୟ ପାଇଁ ବିଚାର ଓ ମତାମତ ଦେବାକୁ ଶ୍ରୀ ମୋଦୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ସାଧାରଣ ନାଗରିକ ମାଇଁ ଗଭ୍‌ ଓପନ ଫୋରମ, ନମୋ ଆପ୍‌ ରେ ନିଜର ମତାମତ ଲେଖିପାରିବେ କିମ୍ବା ୧୮୦୦୧୧୭୮୦୦ ନମ୍ବରରେ ନିଜର ବାର୍ତ୍ତା ରେକର୍ଡିଂ କରିପାରିବେ ।

ଶ୍ରୀ ମୋଦୀ ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟକରି ଲେଖିଛନ୍ତି,

‘‘ନିର୍ବାଚନ କାରଣରୁ କିଛି ମାସର ବ୍ୟବଧାନ ପରେ #MannKiBaat ଫେରୁଛି । ଚଳିତ ମାସର କାର୍ଯ୍ୟକ୍ରମ ୩୦ ଜୁନ୍‌,  ରବିବାର ପ୍ରସାରିତ ହେବ । ସେଥିପାଇଁ ମୁଁ ପାଇଁ ବିଚାର ଓ ମତାମତ ଦେବାକୁ ନିବେଦନ କରିଛି । ଆପଣ ମାଇଁ ଗଭ୍‌ ଓପନ ଫୋରମ, ନମୋ ଆପ୍‌ ରେ ନିଜର ମତାମତ ଲେଖିପାରିବେ କିମ୍ବା ୧୮୦୦୧୧୭୮୦୦ ନମ୍ବରରେ ନିଜର ବାର୍ତ୍ତା ରେକର୍ଡିଂ କରିପାରିବେ ।’’

********

P.S.



(Release ID: 2026222) Visitor Counter : 25