ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବାରୁ ପେମା ଖାଣ୍ଡୁଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
Posted On:
13 JUN 2024 1:31PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଶ୍ରୀ ପେମା ଖାଣ୍ଡୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏହି ଅବସରରେ ଶପଥ ଗ୍ର୍ରହଣ କରିଥିବା ଅନ୍ୟ ମନ୍ତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଧାନମନ୍ତ୍ରୀ ଦ୍ରୁତ ଗତିରେ ବିକାଶ ସୁନିଶ୍ଚିତ କରି ଲୋକମାନଙ୍କ ସେବା କରିବା ଦିଗରେ ଆଗାମୀ ଦିନରେ ସେମାନଙ୍କର ପ୍ରଚେଷ୍ଟା ପାଇଁ ଶୁଭକାମନା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ:
“ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବାରୁ ଶ୍ରୀ ପେମା ଖାଣ୍ଡୁଙ୍କୁ ଅଭିନନ୍ଦନ । ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ଅନ୍ୟ ସମସ୍ତଙ୍କୁ ମଧ୍ୟ ମୋର ଶୁଭେଚ୍ଛା । ଲୋକମାନଙ୍କର ସେବା କରିବା ପାଇଁ ଆଗାମୀ ଦିନରେ ସେମାନେ କରିବାକୁ ଥିବା ପ୍ରଚେଷ୍ଟା ପାଇଁ ମୋର ଶୁଭକାମନା । ଏହି ନୂଆ ଟିମ୍ ଆଗାମୀ ଦିରେ ରାଜ୍ୟର ବିକାଶ ଆହୁରି ଦ୍ରୁତ ଗତିରେ ହେଉଛି ବୋଲି ସୁନିଶ୍ଚିତ କରିବ ।”
SR
(Release ID: 2025014)
Visitor Counter : 75
Read this release in:
Khasi
,
English
,
Urdu
,
Marathi
,
Hindi
,
Hindi_MP
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam