ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ

କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କଲେ ଡକ୍ଟର ମନସୁଖ ମାଣ୍ଡଭୀୟ

Posted On: 11 JUN 2024 2:24PM by PIB Bhubaneshwar

ଡକ୍ଟର ମନସୁଖ ମାଣ୍ଡଭୀୟ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ବ୍ୟତୀତ ସେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦାୟିତ୍ୱରେ ମଧ୍ୟ ରହିଛିନ୍ତି ।

ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟର ସଚିବ ସୁଶ୍ରୀ ସୁମିତା ଦାରୱା ମନ୍ତ୍ରୀ ଡକ୍ଟର ମାଣ୍ଡଭୀୟଙ୍କୁ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ସ୍ୱାଗତ କରିଥିଲେ ।

ଡକ୍ଟର ମାଣ୍ଡଭୀୟ ଇତି ପୂର୍ବରୁ  ପୂର୍ବ ସରକାରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ରସାୟନ ଓ ସାର ମନ୍ତ୍ରୀ ଭାବରେ ଦାୟିତ୍ୱ ନିର୍ବାହ କରୁଥିଲେ ।

ଗୁଜରାଟର ପୋର ବନ୍ଦର ସଂସଦୀୟ କ୍ଷେତ୍ରରୁ ଡକ୍ଟର ମାଣ୍ଡଭୀୟ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ୨୦୧୨-୨୦୨୪ ପର୍ଯ୍ୟନ୍ତ ସେ ରାଜ୍ୟସଭାର ସଦସ୍ୟ ଥିଲେ । ୨୦୦୨- ୨୦୦୭ ପର୍ଯ୍ୟନ୍ତ ସେ ଗୁଜରାଟ ବିଧାନସଭାକୁ ପାଲିଟାନା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।

SS/DD



(Release ID: 2024284) Visitor Counter : 27