ଶକ୍ତି ମନ୍ତ୍ରଣାଳୟ
ଶ୍ରୀ ମନୋହର ଲାଲ ଶକ୍ତି ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କଲେ
Posted On:
11 JUN 2024 11:38AM by PIB Bhubaneshwar
ଶ୍ରୀ ମନୋହର ଲାଲ ଆଜି ଶ୍ରମ ଶକ୍ତି ଭବନରେ ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ଭାବରେ ନିଜର ବର୍ତ୍ତମାନର ଦାୟିତ୍ୱ ସହ ଅତିରିକ୍ତ ଦାୟିତ୍ୱ ଭାବରେ କେନ୍ଦ୍ର ଶକ୍ତି ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶକ୍ତି ମନ୍ତ୍ରଣାଳୟର ସଚିବ ଶ୍ରୀ ପଙ୍କଜ ଅଗ୍ରୱାଲ ମନ୍ତ୍ରଳାୟର ବରିଷ୍ଠ ଅଧିକାରୀମାନଙ୍କ ସହ ମନ୍ତ୍ରୀ ଶ୍ରୀ ଲାଲ୍ଙ୍କୁ ସ୍ୱାଗତ କରିଥିଲେ ।
ପୂର୍ବତନ ଶକ୍ତି ମନ୍ତ୍ରୀ ଶ୍ରୀ ରାଜ କୁମାର ସିନ୍ଧେ ମଧ୍ୟ ତାଙ୍କର ଉତ୍ତରାଧିକାରୀଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ଶକ୍ତି ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ଶ୍ରୀ ଶ୍ରୀପଦ ୟେସୋ ନାୟକ ମଧ୍ୟ ଉପସ୍ଥିତ ଥିଲେ ।
ଏହି ପରିପ୍ରେକ୍ଷୀରେ ଶକ୍ତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ କେନ୍ଦ୍ର ମନ୍ତ୍ରୀଙ୍କୁ ବିବରଣୀ ପ୍ରଦାନ କରିଥିଲେ ଏବଂ ଦାୟିତ୍ୱ ଗ୍ରହଣ କରିବା ପରେ ସେ ଦେଶର ବିଦ୍ୟୁତ ଯୋଗାଣ ସ୍ଥିତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ମଧ୍ୟ କରିଥିଲେ ।
SR
(Release ID: 2024073)
Visitor Counter : 59
Read this release in:
English
,
Urdu
,
Marathi
,
Hindi
,
Hindi_MP
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam