ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପିଏମଏୱାଇ ଅଧୀନରେ ୩ କୋଟି ଅତିରିକ୍ତ ଗ୍ରାମୀଣ ଏବଂ ସହରାଞ୍ଚଳ ଗୃହ କୋଟି କୋଟି ଭାରତୀୟଙ୍କ 'ସହଜ ଜୀବନଧାରଣ' ଏବଂ ସମ୍ମାନକୁ ପ୍ରୋତ୍ସାହିତ କରିବ: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 11 JUN 2024 2:25PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ କୋଟି ଅତିରିକ୍ତ ଗ୍ରାମୀଣ ଏବଂ ସହରାଞ୍ଚଳ ଗୃହକୁ ନେଇ ନିଷ୍ପତ୍ତି ଆମ ଦେଶର ଗୃହ ଆବଶ୍ୟକତାକୁ ପୂରଣ କରିବା କ୍ଷେତ୍ରରେ ଏବଂ ପ୍ରତ୍ୟେକ ନାଗରିକ ଯେପରି ଉନ୍ନତ ମାନର ଜୀବନ ଯାପନ କରନ୍ତି ତାହା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଏ

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି -

କୋଟି କୋଟି ଭାରତୀୟଙ୍କ ପାଇଁ ‘ସହଜ ଜୀବନଧାରଣ’ ଏବଂ ସମ୍ମାନ ବୃଦ୍ଧି !

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଅଧିକ ସମ୍ପ୍ରସାରଣ କରିବା ଏବଂ କୋଟି ଅତିରିକ୍ତ ଗ୍ରାମୀଣ ଏବଂ ସହରାଞ୍ଚଳ ଗୃହ ନିର୍ମାଣ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି ଏହି ନିଷ୍ପତ୍ତି ଆମ ଦେଶର ଗୃହ ଆବଶ୍ୟକତାକୁ ପୂରଣ କରିବା ଏବଂ ପ୍ରତ୍ୟେକ ନାଗରିକ ଯେପରି ଉନ୍ନତ ମାନର ଜୀବନ ଯାପନ କରନ୍ତି ତାହା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ସୂଚାଇଥାଏ ପିଏମଏୱାଇର ସମ୍ପ୍ରସାରଣ ମଧ୍ୟ ଅନ୍ତର୍ଭୁକ୍ତ ଅଭିବୃଦ୍ଧି ଏବଂ ସାମାଜିକ କଲ୍ୟାଣ ପାଇଁ ଆମ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି

 

 

***

SSP



 

 


(ରିଲିଜ ଆଡି: 2024003) ପରିଦର୍ଶକ କାଉଣ୍ଟର : 163