ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଐତିହାସିକ ପୁନଃନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ମାକ୍ରନ


‘ହରାଇଜନ ୨୦୪୭’ ରୋଡମ୍ୟାପ ପାଇଁ କାର୍ଯ୍ୟ ଜାରି ରଖିବାକୁ ଉଭୟ ନେତା ସହମତ

ଡି-ଡେ ର ୮୦ ତମ ବାର୍ଷିକୀ ପାଇଁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଲେ

ଆଗାମୀ ପ୍ୟାରିସ ଅଲମ୍ପିକ୍ସ ପାଇଁ ପ୍ରଧାନମନ୍ତ୍ରୀ ଆଗୁଆ ଶୁଭେଚ୍ଛା ଜ୍ଞାପନ କଲେ

प्रविष्टि तिथि: 06 JUN 2024 2:23PM by PIB Bhubaneshwar

ଫ୍ରାନ୍ସ ସାଧାରଣତନ୍ତ୍ରର ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଫୋନ୍ କଲ୍ ପାଇଛନ୍ତି ଐତିହାସିକ ନିର୍ବାଚନୀ ବିଜୟ ପାଇଁ ରାଷ୍ଟ୍ରପତି ମାକ୍ରନ ଅଭିନନ୍ଦନ ଜଣାଇବା ସହ ତୃତୀୟ ଥର ଶାସନ କ୍ଷମତାକୁ ଆସିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିଲେ

ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମାକ୍ରନଙ୍କୁ କୃତଜ୍ଞତା ଜଣାଇବା ସହ ଆଗାମୀ ବର୍ଷ ମାନଙ୍କରେ ଭାରତ ଫ୍ରାନ୍ସର ଉତ୍ତମ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଥିଲେ

ହରାଇଜନ ୨୦୪୭ରୋଡମ୍ୟାପରେ ଦିଆଯାଇଥିବା ପ୍ରତିଶ୍ରୁତି ଗୁଡ଼ିକ ପୂରଣ କରିବା ଦିଗରେ କାର୍ଯ୍ୟ କରିବାକୁ ଉଭୟ ନେତା ସହମତ ହୋଇଥିଲେ

ଐତିହାସିକ ଡି-ଡେର ୮୦ତମ ବାର୍ଷିକୀ ଉପଲକ୍ଷେ ରାଷ୍ଟ୍ରପତି ମାକ୍ରନଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜ୍ଞାପନ କଲେ

ଆଗାମୀ ଅଲମ୍ପିକ୍ ପାରା ଅଲମ୍ପିକ୍ କ୍ରୀଡ଼ା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଲେ

ପରସ୍ପର ମଧ୍ୟରେ ନିୟମିତ ସମ୍ପର୍କରେ ରହିବାକୁ ଉଭୟ ନେତା ସହମତ ହୋଇଥିଲେ

 

 SR


(रिलीज़ आईडी: 2023176) आगंतुक पटल : 110
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Hindi_MP , Assamese , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam