ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୁନର୍ବାର ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌


ଏହି ବିଜୟ ଗଣତନ୍ତ୍ରର ବିଜୟ ଏବଂ ଗଣତାନ୍ତ୍ରିକ ବିଶ୍ୱର ବିଜୟ ବୋଲି ଅଭିହିତ କଲେ ପ୍ରଧାନମନ୍ତ୍ରୀ

ବିଶ୍ୱର ହିତ ସାଧନ ନିମନ୍ତେ ଭାରତ- ଆମେରିକା ସହଭାଗିତାକୁ ଅଧିକ ସୁଦୃଢ଼ କରିବା ସକାଶେ ଉଭୟ ନେତା ପ୍ରକଟ କଲେ ପ୍ରତିବଦ୍ଧତା

ପରସ୍ପର ସହ ସମ୍ପର୍କରେ ରହିବାକୁ ହେଲେ ସହମତ

Posted On: 05 JUN 2024 11:17PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକା ରାଷ୍ଟ୍ରପତି ମହାମହୀମ ଶ୍ରୀ ଯୋଶେଫ୍ ଆର. ବାଇଡେନଙ୍କ ଠାରୁ ଟେଲିଫୋନ୍ ଯୋଗେ ଅଭିନନ୍ଦନ ବାର୍ତ୍ତା ପାଇଛନ୍ତି ।
ଐତିହାସିକ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ପୁନଃ ନିର୍ବାଚିତ ହୋଇଥିବାରୁ ଶ୍ରୀ ବାଇଡେନ୍ ଶ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।
ରାଷ୍ଟ୍ରପତି ଶ୍ରୀ ବାଇଡେନଙ୍କୁ ଧନ୍ୟବାଦ ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କର ଏହି ବିଜୟ ଗଣତନ୍ତ୍ର ଏବଂ ଗଣତାନ୍ତ୍ରିକ ବିଶ୍ୱର ବିଜୟ ।
ଉଭୟ ନେତା ଭାରତ- ଆମେରିକା ବ୍ୟାପକ ବୈଶ୍ୱିକ ରଣନୀତିକ ସହଭାଗିତାକୁ ବିଶ୍ୱର ହିତ ସାଧନ ନିମନ୍ତେ ଆହୁରି ସୁଦୃଢ଼ କରିବା ଦିଗରେ ସେମାନଙ୍କ କାର୍ଯ୍ୟ ଜାରି ରଖିବେ ବୋଲି ସହମତ ପ୍ରକଟ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ ଆଇସିସି ଟି୨୦ କ୍ରିକେଟ୍ ବିଶ୍ୱ କପ୍‌କୁ ମିଳିତ ଭାବେ ସଫଳ ଆୟୋଜନ କରିଥିବାରୁ ତାଙ୍କର ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।
ଉଭୟ ନେତା ପରସ୍ପର ସହିତ ସମ୍ପର୍କରେ ରହିବାକୁ ସହମତ ହୋଇଛନ୍ତି ।
 
SS



(Release ID: 2023156) Visitor Counter : 33