ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁନର୍ବାର ନିର୍ବାଚିତ ହେବା ପରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରିଷି ସୁନକ ଜଣାଇଲେ ବଧେଇ


ଭାରତ- ବ୍ରିଟେନ୍ ବ୍ୟାପକ ରଣନୀତିକ ସହଭାଗୀତାକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ପ୍ରତିବଦ୍ଧତା ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ବ୍ରିଟେନ୍‌ରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଜଣାଇଲେ ଶୁଭକାମନା

Posted On: 05 JUN 2024 10:05PM by PIB Bhubaneshwar

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ମାନ୍ୟବର ରିଷି ସୁନକଙ୍କ ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟେଲିଫୋନ୍ ଯୋଗେ ଅଭିନନ୍ଦନ ବାର୍ତ୍ତା ପାଇଛନ୍ତି ।
ମାନ୍ୟବର ଶ୍ରୀ ରିଷି ସୁନକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନରେ ବିଜୟ ଲାଭ କରିଥିବାରୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ଏବଂ ତୃତୀୟ ଥର ପାଇଁ ତାଙ୍କର ଐତିହାସିକ ପ୍ରଧାନମନ୍ତ୍ରୀତ୍ୱ ପାଇଁ ଶୁଭକାମନା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ଅଭିନନ୍ଦନ ବାର୍ତ୍ତା ପାଇବା ପରେ ତାଙ୍କର ପ୍ରତିକ୍ରିୟାରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଶ୍ରୀ ସୁନକଙ୍କୁ ଧନ୍ୟବାଦ ଜଣାଇବା ସହ ବିବିଧ କ୍ଷେତ୍ରରେ ଭାରତ- ବ୍ରିଟେନ୍ ବ୍ୟାପକ ରଣନୀତିକ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ସହିତ ଆଗକୁ ଆଗେଇ ନେବା ଦିଗରେ କାର୍ଯ୍ୟ ଜାରି ରହିବ ବୋଲି ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଗାମୀ ଦିନରେ ବ୍ରିଟେନ୍‌ରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ମଧ୍ୟ ଶ୍ରୀ ସୁନକଙ୍କୁ ଶୁଭକାମନା ଜ୍ଞାପନ କରିଛନ୍ତି । 
SS



(Release ID: 2023149) Visitor Counter : 35