ନିର୍ବାଚନ ଆୟୋଗ

ପଞ୍ଚମ ପର୍ଯ୍ୟାୟରେ ୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଆସନ ପାଇଁ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ସମ୍ପୂର୍ଣ୍ଣ



ବାରାମୁଳା ପାର୍ଲାମେଣ୍ଟାରୀ କ୍ଷେତ୍ରରେ ଦୀର୍ଘ ୩୫ ବର୍ଷ ପରେ ରେକର୍ଡ ହାରରେ ମତଦାନ

ସନ୍ଧ୍ୟା ୭ଟା ୪୫ ସୁଦ୍ଧା ପଞ୍ଚମ ପର୍ଯ୍ୟାୟରେ ୫୭.୪୭ ପ୍ରତିଶତ ମତଦାନ

୨୦୨୪ ସାଧାରଣ ନିର୍ବାଚନରେ ଏପର୍ଯ୍ୟନ୍ତ ୨୫ଟି ରାଜ୍ୟ/କେନ୍ଦ୍ରଶାସିତ କ୍ଷେତ୍ରର ୪୨୮ଗୋଟି ଆସନରେ ମତଦାନ ସମ୍ପୂର୍ଣ୍ଣ, ଓଡ଼ିଶାର ୬୩ଟି ଆସନରେ ଭୋଟଗ୍ରହଣ ଶେଷ

କେନ୍ଦ୍ରଶାସିତ କ୍ଷେତ୍ର ଲଦାଖରେ ମତଦାନ ପାଇଁ ଭୋଟରଙ୍କ ମଧ୍ୟରେ ବିପୁଳ ଉତ୍ସାହ ପରିଲକ୍ଷିତ

Posted On: 20 MAY 2024 9:00PM by PIB Bhubaneshwar

୨୦୨୪ ସାଧାରଣ ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ନିମନ୍ତେ ମତଦାନ ଆଜି ସକାଳ ୭ଟା ବେଳେ ୪୯ ଗୋଟି ଆସନରେ ଏକାସଙ୍ଗେ ଆରମ୍ଭ ହୋଇଥିଲା ଏବଂ ସନ୍ଧ୍ୟା ୭ଟା ୪୫ ମିନିଟ ସୁଦ୍ଧା ୫୭.୪୭ ପ୍ରତିଶତ ମତଦାନ ହୋଇଥିବା ରେକର୍ଡ କରାଯାଇଛି । ବିଭିନ୍ନ ରାଜ୍ୟରେ ଏକା ସଙ୍ଗେ ହେଉଥିବା ମତଦାନରେ ସାମିଲ ହେବାକୁ ଭୋଟରମାନେ ଖରାକୁ ଖାତିର ନକରି ମତଦାନ କେନ୍ଦ୍ରକୁ ଯାଉଥିବାର ଲକ୍ଷ୍ୟ କରାଯାଇଥିଲା । ସନ୍ଧ୍ୟା ୬ଟାବେଳେ ମତଦାନ ଶେଷ ହୋଇଥିଲା, କିନ୍ତୁ ବିପୁଳ ସଂଖ୍ୟକ ମତଦାତା ଯେଉଁମାନେ କି ପୂର୍ବରୁ ଭୋଟ ଦେବାପାଇଁ ଧାଡ଼ିବାନ୍ଧି ଠିଆ ହୋଇଥିଲେ ସେମାନଙ୍କୁ ଭୋଟ ଦେବାର ସୁଯୋଗ ଦିଆଯାଇଥିଲା । ଜମ୍ମୁ ଓ କାଶ୍ମୀରର ବାରାମୁଳାରେ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ ହୋଇଛି ଏବଂ ସେଠାରେ ସନ୍ଧ୍ୟା ୭ଟା ୪୫ ମିନିଟ ସୁଦ୍ଧା ୫୪.୪୯ ପ୍ରତିଶତ ମତଦାତା ଭୋଟ ଦେଇଛନ୍ତି ଯାହାକି ଗତ ୩୫ ବର୍ଷ ମଧ୍ୟରେ ସର୍ବାଧିକ ରେକର୍ଡ ବୋଲି ଜଣାପଡ଼ିଛି । ବିହାର, ଜମ୍ମୁ ଓ କାଶ୍ମୀର, ଲଦାଖ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ଓଡ଼ିଶା, ଉତ୍ତର ପ୍ରଦେଶ ଓ ପଶ୍ଚିମ ବଙ୍ଗ ଭଳି ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରରେ ଏହି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଛି । ଏହି ପର୍ଯ୍ୟାୟରେ ମୋଟ ୬୯୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

 

ସମସ୍ତ ନିର୍ବାଚନ ମଣ୍ଡଳୀରେ ମତଦାନ ଅତି ସ୍ୱାଭାବିକ ଓ ଶାନ୍ତିପୂର୍ଣ୍ଣ ଭାବେ ସମ୍ପୂର୍ଣ୍ଣ ହୋଇଛି । ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ରାଜୀବ କୁମାରଙ୍କ ନେତୃତ୍ୱାଧୀନ ଏବଂ ନିର୍ବାଚନ ଆୟୁକ୍ତ ଶ୍ରୀ ଜ୍ଞାନେଶ କୁମାର ଓ ଶ୍ରୀ ସୁଖବୀର ସିଂହ ସାନ୍ଧୁଙ୍କୁ ନେଇ ଗଠିତ ନିର୍ବାଚନ ଆୟୋଗ ଦେଶର ନିର୍ବାଚନ ପ୍ରକ୍ରିୟାର ପ୍ରତିଟି କାର୍ଯ୍ୟ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ତ ସଂକ୍ରାନ୍ତ ଆବଶ୍ୟକ ନିର୍ଦ୍ଦେଶାବଳୀ ଦିନ ତମାମ ଦେଇଥିବା ଜଣାପଡ଼ିଛି । ମତଦାତାମାନେ ଯେଭଳି ନିର୍ଭୟରେ ଏବଂ ସହଜ ଭାବରେ କୌଣସି ପ୍ରକାର ବାଧାବିଘ୍ନ ବିନା ମତଦାନ କେନ୍ଦ୍ରକୁ ଯାଇ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ ସେଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । କେତେଗୋଟି ପକେଟରେ ଗ୍ରୀଷ୍ମ ପ୍ରବାହ ବ୍ୟତୀତ ଅନ୍ୟ ସବୁ ସ୍ଥାନରେ ପାଗ ପ୍ରାୟତଃ ଅନୁକୂଳ ଥିଲେ ।

 

ବର୍ତ୍ତମାନ ସୁଦ୍ଧା ମତଦାନ ହାର ଆନୁମାନିକ ଭାବେ ପ୍ରକାଶ ପାଇଛି, ତେବେ ଏହାର ସଂଶୋଧିତ ହାର ନିର୍ବାଚନ ଆୟୋଗଙ୍କ ଭୋଟର ଟର୍ଣ୍ଣଆଉଟ୍ ଆପରେ ଉପଲବ୍ଧ ହେବ । ଏଥିରେ ମୋଟାମୋଟି ଭାବେ ପର୍ଯ୍ୟାୟ କ୍ରମିକ ମତଦାନ ହାର ସହିତ ରାଜ୍ୟ/ସଂସଦୀୟ କ୍ଷେତ୍ର/ବିଧାନସଭା କ୍ଷେତ୍ରୱାରୀ ପରିସଂଖ୍ୟାନ ପ୍ରକାଶ ପାଇବ । ଏହାତିରିକ୍ତ, ବିଭିନ୍ନ ହିତଧାରକମାନଙ୍କ ଅଗବତି ନିମନ୍ତେ ଆଉ ଏକ ପ୍ରେସ୍ ନୋଟ୍ ୨୩୪୫ଟା ବେଳେ ଜାରି କରିବେ ଏବଂ ସେଥିରେ ମତଦାନ ହାର ପରିସଂଖ୍ୟାନ ପ୍ରକାଶ ପାଇବ ।

ପଞ୍ଚମ ପର୍ଯ୍ୟାୟରେ ରାଜ୍ୟୱାରୀ ହାରାହାରି ମତଦାନ ହାର (ସନ୍ଧ୍ୟା ୭.୪୫ସୁଦ୍ଧା)

 

Sl. No.

State / UT

No. PCs

Approximate Voter Turnout %

1

Bihar

05

52.60

2

Jammu and Kashmir

01

54.49

3

Jharkhand

03

63.00

4

Ladakh

01

67.15

5

Maharashtra

13

48.88

6

Odisha

05

60.72

7

Uttar Pradesh

14

57.79

8

West Bengal

07

73.00

Above 8 States/UTs (49 PCs)

49

57.47

 

 

ପ୍ରଚଳିତ ବିଧି ବ୍ୟବସ୍ଥା ଅନୁସାରେ, ପ୍ରାର୍ଥୀ କିମ୍ବା ସେମାନଙ୍କର ଦ୍ୱାରା କ୍ଷମତାପ୍ରାପ୍ତ ପୋଲିଂ ଏଜେଣ୍ଟମାନଙ୍କ ଉପସ୍ଥିତିରେ ମତଦାନର ଗୋଟିଏ ଦିନ ପରେ ମତଦାନ କାଗଜାତର ତନଖି କରାଯାଇଥାଏ । ଯଦି କୌଣସି ସ୍ଥାନରେ ସାନି ନିର୍ବାଚନ କରିବାର ଥାଏ, ଏହି ତନଖି ପରେ ସେଥିଲାଗି ସିଦ୍ଧାନ୍ତ ନିଆଯାଇଥାଏ । ଭୌଗୋଳିକ ଅବସ୍ଥିତି ଏବଂ ପରିବହନ ସାଧନକୁ ଦୃଷ୍ଟିରେ ରଖି ପୋଲିଂ ପାର୍ଟିମାନେ ମଧ୍ୟ ମତଦାନର ଗୋଟିଏ ଦିନ ପରେ କିଛି କିଛି ସ୍ଥାନରେ ପହଂଚିଥାନ୍ତି । ତେଣୁ ଆୟୋଗ ଏଭଳି ଯାଞ୍ଚ କରିବା ପରେ ଏବଂ ସାନି ନିର୍ବାଚନର ସଂଖ୍ୟା/କାର୍ଯ୍ୟସୂଚୀ ଆଧାରରେ ସଂଶୋଧିତ ମତଦାନ ହାର ଏବଂ ଲିଙ୍ଗ ଆଧାରିତ ହିସାବ ୨୪.୦୫.୨୦୨୪ ତାରିଖ ଦିନ ଜାରି କରିବେ ।

 

୨୦୧୯ ସାଧାରଣ ବେଳେ ସହରାଞ୍ଚଳ ଭୋଟରମାନଙ୍କ ମଧ୍ୟରେ ମତଦାନ ପ୍ରତି ବିମୁଖ ଭାବ ପରିଲକ୍ଷିତ ହୋଇଥିଲା । ମୁମ୍ବାଇରେ ସିନେ ତାରକାମାନେ ସାଧାରଣ ନାଗରିକଙ୍କ ଭଳି ଧୈର୍ଯ୍ୟର ସହ ମତଦାନ କେନ୍ଦ୍ର ସାମ୍ନାରେ ଧାଡ଼ିବାନ୍ଧି ଭୋଟ ଦେବାକୁ ଠିଆ ହୋଇଥିବାର ଲକ୍ଷ୍ୟ କରାଯାଇଥିଲା ଏବଂ ମତଦାନ ପରେ ସେମାନେ ନିଜର କାଳି ଚିହ୍ନିତ ଆଙ୍ଗୁଠିକୁ ଗର୍ବର ସହ ପ୍ରଦର୍ଶନ କରିଥିଲେ । ସେହିଭଳି ସମାଜର ବିଭିନ୍ନ ସ୍ତରର ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଚଳିତ ଥର ୨୦୨୪ ସାଧାରଣ ନିର୍ବାଚନରେ ଜନସାଧାରଣଙ୍କୁ ଭୋଟଦାନ ପାଇଁ ପ୍ରୋତ୍ସାହିତ କରିବା ସକାଶେ ଆୟୋଗଙ୍କ ସହିତ ଅନୁବନ୍ଧିତ ହୋଇଛନ୍ତି । ସେମାନେ ନିଜ ନିଜ ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମରେ ଏଥି ନିମନ୍ତେ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ସଙ୍ଗୀତମାନ ଅପଲୋଡ୍ କରିଥିବା ଦେଖିବାକୁ ମିଳିଛି ।

 

୨୦୨୪ ସାଧାରଣ ନିର୍ବାଚନ ପାଇଁ ହେଉଥିବା ଭୋଟରେ ପଞ୍ଚମ ପର୍ଯ୍ୟାୟ ମତଦାନ ଶେଷ ହେବା ସହିତ ଦେଶର ୨୫ ଗୋଟି ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରରେ ଏବଂ ୪୨୮ଗୋଟି ଆସନରେ ମତଦାନ ପ୍ରକ୍ରିୟା ଶେଷ ହୋଇଛି ।

 

ଏଥି ସହିତ ଅରୁଣାଚଳ ପ୍ରଦେଶ, ସିକିମ, ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶାର ୬୩ଟି ବିଧାନସଭା ଆସନ ପାଇଁ ମଧ୍ୟ ମତଦାନ ପ୍ରକ୍ରିୟା ହେଶଷ ହୋଇଛି । ହାଇରିଜୋଲ୍ୟୁସନଯୁକ୍ତ ଫଟୋକୁ ନିମ୍ନଲିଖିତ ୱେବ୍ସାଇଟ୍ https://www.eci.gov.in/ge-2024-photogallery ମାଧ୍ୟମରେ ଉପଲବ୍ଧ ।

 

ପରବର୍ତ୍ତୀ ପର୍ଯ୍ୟାୟ ( ଷଷ୍ଠ ପର୍ଯ୍ୟାୟ) ମତଦାନ ମେ ୨୫, ୨୦୨୪ ତାରିଖ ଦିନ ଆଠଟି ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରର ୫୮ ଗୋଟି ସଂସଦୀୟ କ୍ଷେତ୍ର (ସେଥି ମଧ୍ୟରେ ଅନନ୍ତନାଗ- ରାଜୌରୀ ସଂସଦୀୟ କ୍ଷେତ୍ର ସାମିଲ)ରେ ଅନୁଷ୍ଠିତ ହେବ ।

SS/DD



(Release ID: 2021237) Visitor Counter : 34